ଜୀବନଶୈଳୀ

ଭାରତଯୋଡ଼ ପଦଯାତ୍ରାରେ ସାମିଲ ହେଲେ ସୋନିଆ

 କର୍ଣ୍ଣାଟକ, ୦୬/୧୦/୨୦୨୨-   କଂଗ୍ରେସ ‘ଭାରତ ଯୋଡା ଯାତ୍ରା’ରେ ସାମିଲ ହୋଇଛନ୍ତି ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏଥିସହ ମିଶନ ୨୦୨୪ ପାଇଁ ଆଗୁଆ ନିର୍ବାବନୀ ପ୍ରଚାରକୁ ତ୍ୱରାନ୍ୱିତ କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କିଛି ଦିନ ହେବ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରୁ ନିଜକୁ ଦୁରେଇ ରଖିଥିଲେ ସୋନିଆ । ଗୁରୁବାର ଆକ୍ସନ ମୋଡକୁ ସୋନିଆ ଫେରିବା ପରେ ଦଳୀୟ କର୍ମୀଙ୍କ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି । ସୋନିଆ ଆଜି ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ କର୍ଣ୍ଣାଟକ ମାଣ୍ଡ୍ୟାରେ ସାମିଲ ହୋଇଛନ୍ତି । ଏହି ଯାତ୍ରା ମାଣ୍ଡ୍ୟାରୁ ଆରମ୍ଭ ହୋଇ ପାଣ୍ଡବପୁରାର କେଏସଆରଟିସି ବସ ଷ୍ଟେସନ ନିକଟରେ ଶେଷ ହୋଇଛି ।

ପଦଯାତ୍ରା ସମୟରେ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଥିଲା । ଏକ ସମୟରେ ସୋନିଆଙ୍କ ଜୋତାର ଲେସ ଫିଟିଯାଇଥିଲା । ରାହୁଲ ତାଙ୍କ ମାଙ୍କ ସୁ ଲେସ୍ ବାନ୍ଧୁଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ବେଶ୍ ଭାଇରାଲ ହେଉଛି । ଏହି ଚିତ୍ର କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି । ଏହି ଫଟୋ ସେୟାର କରିବାବେଳେ, ଟାଇଟଲ୍ ଲେଖାଯାଇଛି ହେ-ମାଆ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ମାଣ୍ଡ୍ୟାରେ ସୋନିଆଙ୍କ ପଦଯାତ୍ରା କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏଠାରେ ଅନେକ ଦିନରୁ ଦେବଗୌଡା ପରିବାରର ଦବଦବା ରହିଆସୁଛି । ତାମିଲନାଡୁର କାନିକୁମାରୀରୁ ଆରମ୍ଭ ହୋଇଥିବା ଏହି ‘ଭାରତ ଯୋଡା ଯାତ୍ରା’ ସମୁଦାୟ ୩,୫୭୦ କିଲୋମିଟର ଦୂରତା ଅତିକ୍ରମ ଆସନ୍ତା ବର୍ଷ ଆରମ୍ଭରେ କାଶ୍ମୀରରେ ଶେଷ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com