ଓଡ଼ିଶା

ସ୍ମାର୍ଟ ଯୁଗ ପାଇଁ ଖୋଲାଯିବ ସ୍ମାର୍ଟ ଡ଼ାକଘର

ରାଜ୍ୟରେ ଖୋଲିବ ଆଉ ୪୧୨ଟି ନୂଆ ଡାକଘର । ତେବେ ଏସବୁ ପାରମ୍ପାରିକ କିମ୍ବା ଗତାନୁଗତିକ କାର୍ଯ୍ୟଧାରା ପର୍ଯ୍ୟବେଷିତ ହେବ ନାହିଁ । ସମୟର ପରିବର୍ତ୍ତନ ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ମାର୍ଟ ଯୁଗରେ ଖୋଲାଯିବ ସ୍ମାର୍ଟ ଡ଼ାକଘର । ସମ୍ପୂର୍ଣ୍ଣ ଡ଼ିଜିଟାଇଜଡ଼୍ ହେବ ଏହି ସବୁ ନୂଆ ଡ଼ାକଘର । ସ୍ମାର୍ଟ ଫୋନ ଯୁଗ ଆସିଥିଲେ ବି ତଥାପି ମଳିନ ପଡ଼ି ନାହିଁ ଚିଠିର ଆଦର । ଚିଠି ଆଦାନ ପ୍ରଦାନ ଡ଼ାକଘରର ମୁଖ୍ୟ କାମ ହୋଇଥିବାରୁ ନୂଆ ପଦ୍ଧତିରେ ଏହା କାର୍ଯ୍ୟ କରିବ । ଜନସାଧାରଣ ଘରେ ବସି ନିଜର ଆବଶ୍ୟକତା ମୁତାବକ ଯେ କୌଣସି ସ୍ଥାନକୁ ଚିଠି ପଠାଇ ପାରିବେ । ଇଣ୍ଡିଆ ପୋଷ୍ଟାଲ ୱେବସାଇଟରେ ବୁକିଂ କରିବା ପରେ ଡାକ କର୍ମଚାରୀ ଘରୁ ଆସି ଚିଠି ନେଇଯିବେ । ଆସନ୍ତା ୧୨ ତାରିଖରୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ନୂଆ ଡ଼ାକଘର ଖୋଲିବ । ପ୍ରତି ୫ କିମି ବ୍ୟବଧାନରେ ଗୋଟିଏ ଲେଖାଏଁ ଡ଼ାକଘର ରହିବ ଓଡ଼ିଶା ସର୍କଲରେ କାର୍ଯ୍ୟ କରୁଥିବା ମୋଟ୍ ୮୪୯୦ ପୋଷ୍ଟ ଅଫିସରେ ୨୬ ହଜାର ପଦବୀ ରହିଥିବାବେଳେ ଏଥିରୁ ୪ ହଜାର ପଦବୀ ଖାଲିପଡ଼ିଛି। ୨୦୨୩ ସୁଦ୍ଧା ଖାଲି ପଦବୀ ପୂରଣ କରାଯିବ। ଏଥିସହ ନୂଆ ବ୍ୟବସ୍ଥାରେ ସେବା ଯୋଗାଇବା ପାଇଁ ଡାକ କର୍ମଚାରୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। । ସେହିଭଳି ଅକ୍ଟୋବର ୯ରୁ ୧୩ ପର୍ଯ୍ୟନ୍ତ ନ୍ୟାସନାଲ ପୋଷ୍ଟାଲ ୱିକ୍ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଓଡ଼ିଶାର ବରପୁତ୍ର ପଣ୍ଡିତ ନୀଳକଣ୍ଠ ଦାସ, ଅକ୍ଷୟ ମହାନ୍ତି, ପାର୍ବତୀ ଘୋଷ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଗୁରୁ କେଳୁଚରଣ ମହାପାତ୍ରଙ୍କ ନାମରେ ସ୍ବତନ୍ତ୍ର ଡାକ ଟିକଟ ପ୍ରଚଳନ ହେବ। ଏହାଛଡ଼ା ସମ୍ବଲପୁରୀ ବାନ୍ଧ, ଗୀତ, ଶୀତଳଷଷ୍ଠୀ, ଧନୁଯାତ୍ରା, ନୂଆଁଖାଇ ଉପରେ ଡାକଟିକଟ ପ୍ରଚଳନ ଲାଗି ନିଷ୍ପତ୍ତି ନିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com