ଟୁଡ଼େସ ଟାଏକୋଣ୍ଡ ଏକାଡେମୀ ପକ୍ଷରୁ ୨ୟ କଲର ବେଲ୍ଟ ପ୍ରତିଯୋଗିତା
ବ୍ରହ୍ମପୁର, ୧୨ /୧୦/୨୦୨୨- ଟୁଡ଼େସ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୨ୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା ଭବନ ପରିସରରେ ଆୟୋଜିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ୧୨୦ ଜଣ ପ୍ରଶିକ୍ଷାର୍ଥୀ ଏହି ଆନ୍ତଃ ଜିଲ୍ଲା ସ୍ତରୀୟ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୬ ଜଣ ବ୍ଲାକ ବେଲ୍ଟ ପରୀକ୍ଷାର୍ଥୀ ଥିବା ଏକାଡେମୀର ପ୍ରଶିକ୍ଷକ ତଥା ଓଡିଶା ଟାଏକୋଣ୍ଡୋ ସଂଘର ରାଜ୍ୟ ସହ ସମ୍ପାଦକ କେ. ମନୋଜ ପ୍ରଧାନ ସୂଚନା ଦେଇଛନ୍ତି । ୬ଷ୍ଠ ଡାନ ବ୍ଲାକ ବେଲ୍ଟ ଧାରୀ ଆନ୍ତର୍ଜାତିକ କୋଚ ତଥା ଓଡିଶା ଟାଏକୋଣ୍ଡୋ ସମ୍ପାଦକ ମନମୋହନ ଭଞ୍ଜ ପ୍ରତିଯୋଗିତାରେ ପରୀକ୍ଷକ ଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା କରିଥିଲେ ।
ବ୍ରହ୍ମପୁରର ଜାଗୁଆର ଏକାଡେମୀର ୨୨ ଜଣ, ହିଞ୍ଜିଳିର ୨୩ ଜଣ, ବଡମାଧପୁରର ଗଞ୍ଜାମ ଏକାଡେମୀର ୩୧ ଜଣ, ପୁରୁଷୋତ୍ତମପୁର ଟାଏକୋଣ୍ଡୋ ଏକାଡେମୀର ୨୨ ଜଣ, ଛତ୍ରପୁରର କେଏମପି ସ୍ପୋର୍ଟସ ଏକାଡେମୀର ୯ ଜଣ, ଟୁଡ଼େସ ଟାଏକୋଣ୍ଡୋ ଏକାଡେମୀର ୭ ଜଣ , ଦିଗପହଣ୍ଡିର ୩ଜଣ ଓ ଗଞ୍ଜାମର ହୋପ ଟାଏକୋଣ୍ଡୋ ଏକାଡେମୀର ୩ ଜଣ ପ୍ରଶିକ୍ଷାର୍ଥୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବିନାୟକ ସେଲେବ୍ରେସନର ମୁଖ୍ୟ ରଶ୍ମିରଞ୍ଜନ ଦାଶ, ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର ସଭାପତି ଅରୁଣ ରାଉଳ ସମ୍ମାନିତ ଅତିଥି ଯୋଗ ଦେଇଥିଲେ । ଲଳିତ କୁମାର, ସି ଏଚ ପ୍ରସାଦ ନାୟକ, ଅମ୍ବିକା ପ୍ରସାଦ ଦାସ, ଡି. ମନୋଜ ପ୍ରଧାନ, ବାସୁଦେବ ନାୟକ, ଶୁଭଶ୍ରୀ ପାଢୀ, ପି. ଅଭିମନ୍ୟୁ ରେଡ୍ଡୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।