ପରମାଣୁ ଆକ୍ରମଣ ଭୟ ନେଇ ଆମେରିକା କିଣିଲା ପୋଟାସିୟମ ଆୟୋଡାଇଡ କ୍ୟାପସୁଲର କଞ୍ଚାମାଲ
ଆମେରିକା, ୧୨ /୧୦/୨୦୨୨- ଆମେରିକାକୁ ଘାରିଛି ପରମାଣୁ ଭୟ । ୠଷ୍ ରାଷ୍ଟ୍ରପତି ପୁଟିନ୍ଙ୍କ ପରମାଣୁ ଆକ୍ରମଣ ଧମକକୁ ନେଇ ଆଗୁଆ ଯଥା ସମ୍ଭବ ସତର୍କତା ଅବଲମ୍ବନ କରିଛି । ଏଥିପାଇଁ ଆମେରିକା ସ୍ୱାସ୍ଥ୍ୟ ବିଭାଗ ପାଖାପାଖି ୨୪ ଶହ କୋଟି ଟଙ୍କା ଖର୍ଚ୍ଚ କରି ପୋଟାସିୟମ ଆୟୋଡାଇଡ କ୍ୟାପସୁଲର କଞ୍ଚାମାଲ କିଣିଛି । ଏହି ଔଷଧ ପରମାଣୁ ଆକ୍ରମଣରୁ ଶରୀରକୁ ସୁରକ୍ଷା ଦେଇଥାଏ । ଏହା କେମିକାଲ, ବାୟୋଲୋଜିକାଲ, ରେଡିଓଲୋଜିକାଲ ଓ ନ୍ୟୁକ୍ଲିଅର ହମଲା ବେଳେ ଶରୀରରେ ରେଡିଏସନ ବୃଦ୍ଧି ଓ ରକ୍ତଜନିତ ସମସ୍ୟାକୁ ରୋକିବ ।
ଏଥିପାଇଁ ୟୁରୋପୀୟ ରାଷ୍ଟ୍ରରେ ପୋଟାସିୟମ ଆୟୋଡାଇଡ କ୍ୟାପସୁଲର ଚାହିଦା ବଢିବାରେ ଲାଗିଛି । ପରମାଣୁ ଆକ୍ରମଣ ବେଳେ ଆଇ-୧୩୧ ନାମକ ଏକ ଘାତକ ରେଡିଏସନ ବାୟୁରେ ମିଶିଥାଏ । ଏହି ପୋଟାସିୟମ ଆୟୋଡାଇଡ କ୍ୟାପସୁଲ ଆଇ-୧୩୧ ରେଡିଏସନରୁ ଶରୀରକୁ ସୁରକ୍ଷା ଦେଇଥାଏ । ଋଷ- ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ପୁଟିନଙ୍କ ବାରମ୍ବାର ପରମାଣୁ ଧମକ ଦେଉଥିବାରୁ ଆମେରିକା ଏହି ପୂର୍ବ ପ୍ରସ୍ତୁତି ପରମାଣୁ ଆଶଙ୍କାକୁ ଆହୁରି ବଢାଇ ଦେଇଛି ।