Featuredମନୋରଞ୍ଜନ

ଆରପାରିରେ ହ୍ୟାରି ପୋଟର୍’ରେ’ ହାଗ୍ରିଡ୍,ଶୋକରେ ପ୍ରଶଂସକ

ଭୁବନେଶ୍ୱର: ସୁପରହିଟ୍ ହଲିଉଡ଼ ମୁଭି ‘ହ୍ୟାରି ପୋଟର୍’ରେ’ ହାଗ୍ରିଡ୍’ର ଭୂମିକାରେ ଅଭିନୟ କରିଥିବା ଅଭିନେତା ରୋବି କଲ୍ଟ୍ରେନ୍ (Robbie Coltrane) ଦୁନିଆକୁ ବିଦାୟ ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରବି ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ରବିଙ୍କ ଏଜେଣ୍ଟ ବେଲିଣ୍ଡା ରାଇଟ୍ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଭେଟେରାନ ଅଭିନେତା ସ୍କଟଲ୍ୟାଣ୍ଡର ଲାରବର୍ଟସ୍ଥିତ ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ତାଙ୍କର ଜବରଦସ୍ତ ଅଭିନୟ ସାରା ବିଶ୍ୱରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ତାଙ୍କ ମୃତ୍ୟୁ ଖବର ସହିତ ସାରା ବିଶ୍ୱରେ ପ୍ରଶଂସକମାନେ ଶୋକରେ ଅଛନ୍ତି। ତାଙ୍କର ପ୍ରଶଂସକମାନେ ବିଶ୍ୱାସ କରିବାକୁ ଅସମର୍ଥ ଯେ ଅଭିନେତା ଆଉ ଆମ ମଧ୍ୟରେ ନାହାଁନ୍ତି ।ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ରୋବିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଛନ୍ତି।

ରୋବି ‘ହ୍ୟାରି ପୋଟର୍’ ଚଳଚ୍ଚିତ୍ରରେ ସେ ହାଗ୍ରିଡ୍ ଭୂମିକାରେ ନଜର ଆସିଥିଲେ,ଯିଏ କି ହୋଗାର୍ଟ ବିଦ୍ୟାଳୟର ଦ୍ୱାରପାଳ ଥିଲେ | ‘ହ୍ୟାରି ପୋଟର୍’ ଫ୍ରାଞ୍ଚାଇଜ୍ ର ୨୦ ତମ ବାର୍ଷିକୀ ପାଳନ ପାଇଁ ନିର୍ମିତ ଶୋ ‘ରିଟର୍ନ ଟୁ ହୋଗୱାର୍ଡ’ରେ ରୋବିଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

ରୋବି ୩୦ ମାର୍ଚ୍ଚ ୧୯୫୦ ରେ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାମାତା ଡାକ୍ତର ଏବଂ ଶିକ୍ଷକ ଥିଲେ। ଅଭିନେତା ଗ୍ଲାସ୍ଲୋରେ ରହି ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ ସମାପ୍ତ କରିଥିଲେ। ଅଧ୍ୟୟନ ସମାପ୍ତ କରିବା ପରେ ସେ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ସେ ଅଭିନୟ ପାଇଁ ଲଣ୍ଡନ ଯାଇଥିଲେ। ସେ ନିଜର ଅଭିନୟ କ୍ୟାରିୟର ଟିଭି ଶୋରୁ ଆରମ୍ଭ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com