ଅନ୍ୟାନ୍ୟ

୩୦ କୋଟିର ସାପ ବିଷ ଜବତ

ସିଲିଗୁଡ଼ି, ୧୭ /୧୦/୨୦୨୨-   କୋଟିଏ ନୁହେଁ କି ଦୁଇ କୋଟି ନୁହେଁ ଏକାଥରେ ଜବତ ହେଲା ୩୦ କୋଟି ଟଙ୍କାର ସାପ ଗରଳ । ଏଥିସହ ପୋଲିସ ହାତରେ ଧରା ପଡିଛି ସାପ ବିଷ ତସ୍କରୀ । ପଶ୍ଚିମବଙ୍ଗ ସିଲିଗୁଡ଼ିର ଚୋପ୍ରା ବ୍ରିଜ୍ ନିକଟରୁ ଏହି ସାପ ବିଷ ଜବତ ହୋଇଛି । ଏକ ବାଇକରେ ସାପ ବିଷ ନେଉଥିବା ବେଳେ ଜଣେ ଯୁବକଙ୍କୁ ଗିରଫ କରିଛି ଘୋଷପୁଖୁର ବନ ବିଭାଗ । ଫ୍ରାନ୍ସରୁ ଆସିଥିବା ଏହି ବିଷ ବାଂଲାଦେଶକୁ ହେଉଥିଲା ଚାଲାଣ । ବର୍ତ୍ତମାନ ସୁଦ୍ଧା ସାପ ଗରଳ ତସ୍କରୀ କେଉଁଠାରେ ଚାଲିଛି ଏବଂ କେଉଁଠାରୁ କେଉଁଠିକୁ ହେଉଥିଲା ଚାଲାଣ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଗିରଫ ଯୁବକ ଜଣକ ଚୋପ୍ରା ଅଞ୍ଚଳର । ଏହି ବିଷ ଚୀନ ସହ ବିଭିନ୍ନ ଦେଶକୁ ଚାଲାଣ ହେଉଥିବା ଜଣାପଡିଛି । ତସ୍କରୀରେ କାହାର ହାତ ରହିଛି, କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ବନ ବିଭାଗ ତାର ଯାଞ୍ଚ କରୁଛି  ।

Related Articles

Back to top button
WP Twitter Auto Publish Powered By : XYZScripts.com