ଅନ୍ୟାନ୍ୟ

ବାଲିପାଟଣା ବ୍ଲକରେ ଅହିଂସା ରଥର ପରିକ୍ରମା

ବାଲିପାଟଣା, ୦୪ /୧୦/୨୦୨୨-   ବାଲିପାଟଣା ଗୋପବନ୍ଧୁ ଛକ ଠାରୁ ବାଲିପାଟଣା ବ୍ଲକ ଓ ବୁଦ୍ଧନାଥ ହାଇସ୍କୁଲ ସହ ବନମାଳିପୁର ସ୍କୁଲ ପର୍ଯ୍ୟନ୍ତ ଅହିଂସା ରଥ ପରିକ୍ରମା କରିଥିଲା । ମହାତ୍ମା ଗାନ୍ଧୀଙ୍କର ଅହିଂସା ଆନ୍ଦୋଳନରେ ଦେଶ ସ୍ଵାଧୀନ କରିଥିଲେ । ତାଙ୍କରି ଦେଶ ପାଇଁ ଅତୁଳନୀୟ ଅବଦାନକୁ ସ୍ମରଣ ରଖିବା ପାଇଁ ଏହି ଅହିଂସା ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ ଠାରୁ ଆରମ୍ଭ କରି ସରକାରୀ ସ୍ଥରରେ ସମସ୍ଥେ ସହଯୋଗ କରିଥିଲେ । ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଏହି ଆହିଂସା ରଥ ପରିକ୍ରମା ରେ ଯୋଗ ଦେବା ସହିତ ଏକ ୫୦ ଫୁଟର ତ୍ରିରଙ୍ଗା ଧରି ପରିକ୍ରମା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବାଲିପାଟଣା ବ୍ଲକ ପରିଷରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବାଲିପାଟଣା ବିଡ଼ିଓ ଆଦିକନ୍ଦ ବେହେରା ଓ ବାଲିପାଟଣା ତହସିଲଦାର, ସୂଚନା ସମ୍ପ୍ରସାରଣ ଅଧିକାରୀ ପଠାଣି ରାଉତ, ବାଲିପାଟଣା ବ୍ଲକ ଚେୟାରମ୍ୟାନ ବିଧାୟକ  ଅରବିନ୍ଦ ଢାଲୀ, ବିଧାୟକଙ୍କ ବ୍ଲକ ପ୍ରତିନିଧି କୈଳାଶ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପ୍ରସାରଣ ବିଭାଗର ଅଧିକାରୀ ପରିଚାଳନା କରିଥିଲା । ବାଲିପାଟଣା ଥାନା ଅଧିକାରୀ ଓ ବନମାଳିପୁର ଫାଣ୍ଡି ଅଧିକାରୀ ହରେକୃଷ୍ଣ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା ରକ୍ଷା କରିବା ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com