ଅନ୍ୟାନ୍ୟ
ଏକ ତରଫା ପ୍ରେମକୁ ନେଇ ପଡ଼ିଲା ବୋମା
![](https://i0.wp.com/odia.mobilenews24x7.com/wp-content/uploads/2022/10/bomb-e1666010861802.png?resize=214%2C213&ssl=1)
ନରସିଂହପୁର, ୧୭ /୧୦/୨୦୨୨- ଏକ ତରଫା ପ୍ରେମକୁ ନେଇ ପ୍ରେମିକା ଘର ଆଗରେ ପ୍ରେମିକର ବୋମା ମାଡ଼ । କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରପ୍ରସାଦ ଗ୍ରାମର ଦିପୁ ନାୟକ ସେହି ଗ୍ରାମର ଜଣେ ନାବାଳିକାଙ୍କୁ ଏକ ତରଫା ପ୍ରେମ କରୁଥିଲେ । ଏହି ଏକ ତରଫା ପ୍ରେମକୁ ଝିଅ ଏବଂ ତାର ପରିବାର ଏହାକୁ ବାରଣ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦିପୁ , ଝିଅ ଘର ଉପରକୁ ବୋମାମାଡ଼ କରିଛି । ବୋମା ମାଡ଼ରେ କାହାର କିଛି କ୍ଷତି ହୋଇ ନ ଥିବା ବେଳେ ଘରର କିଛି ଅଂଶ ନଷ୍ଟ ହୋଇଛି । ନରସିଂହପୁର ପୋଲିସ ଘଟଣାର ତଦନ୍ତ କରୁଛି ।