ଅନ୍ୟାନ୍ୟ

ଗୁଜରାଟର ଭଦୋଦରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଭଦୋଦରା, ୧୮ /୧୦/୨୦୨୨-  ଗୁଜରାଟ ଭଦୋଦରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣା ବସ ଡ୍ରାଇଭରଙ୍କ ସମେତ ୬ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଜାତୀୟ ରାଜପଥ କପୁରାଇ ବ୍ରିଜ ନିକଟରେ ଏକ  ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲା । ଫଳରେ ବସର ଡାହାଣ ପଟ ଭାଙ୍ଗି ଚୁରମାର ହୋଇଯାଇଛି । ସେପଟେ ଦୁର୍ଘଟଣାର ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ  ।

Related Articles

Back to top button
WP Twitter Auto Publish Powered By : XYZScripts.com