ଅନ୍ୟାନ୍ୟ

ବସରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ଡ୍ରାଇଭର ଓ ହେଲପର

ଦୀପାବଳି ରାତିରେ ଝାଡଖଣ୍ଡ ରାଂଚି ଠାରେ ଥିବା ଖାଦଗଡା ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଏହି ବସଷ୍ଟାଣ୍ଡରେ ମୁନଲାଇଟ ନାମକ ଏକ ବସରେ ନିଆଁ ଲାଗିଯିବାରୁ ବସ ଭିତରେ ଶୋଇଥିବା ଡ୍ରାଇଭର ଓ ହେଲପର ଜିଅନ୍ତା ଜଳି ଯାଇଛନ୍ତି । ଏହି ବସଟି ଷ୍ଟାଣ୍ଡରେ ଥିବା ବେଳେ ଦୀପାବଳି ପାଇଁ ଡ୍ରାଇଭର ଓ ହେଲପର ବସରେ ଦୀପ ଲଗାଇ ଶୋଇ ପଡିଥିଲେ । ହେଲେ ସେମାନେ ଶୋଇଥିବା ଅବସ୍ଥାରେ ଦୀପରୁ ନିଆଁ ଲାଗି ପୁରା ବସଟି ଜଳିଯାଇଥିଲା । ଫଳରେ ବସ ଭିତରେ ଥିବା ଡ୍ରାଇଭର ଓ ହେଲପର ସେହି ନିଆଁରେ ଜଳି ମୃତ୍ୟୁବରଣ କରିଛନ୍ତି । ବସରେ ନିଆଁ ଲାଗିଥିବାର ସୂଚନା ପାଇବା ପରେ ପୋଲିସ ଓ ଦମକଳବାହୀନି ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ବି ବସଟି ପୁରା ଜଳିଯାଇଥିଲା । ନିଆଁ ଲିଭିବା ପରେ ବସ୍ ଭିତରେ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାପରେ ପୋଲିସ ତରଫରୁ ଶବ ଦୁଇଟିକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com