Featuredଅନ୍ତର୍ଜାତୀୟ

ୟୁକ୍ରେନ ଉପରେ ୫୦ରୁ ଅଧିକ କ୍ଷେପଣାସ୍ତ୍ର ପକାଇଲା ରୁଷ୍

ଗତ କିଛି ଦିନ ହେଲା ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ଆକ୍ରମଣ ସଂଖ୍ୟା ବଢିଯାଇଛି । ବିଶେଷ କରି କ୍ରିମିଆ ବ୍ରିଜ ଉପରେ ବୋମା ବିସ୍ଫୋରଣ ପରେ ରୁଷ ଅଧିକ ପ୍ରତିହିଂସା ପରାୟଣ ହୋଇପଡ଼ିଛି । ରାଜଧାନ କିବ ସମେତ ଅନ୍ୟ ସହରରେ ପ୍ରାୟ ପ୍ରତିଦିନ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରାଯାଉଛି । ଗତ କାଲି ରାଜଧାନୀ କିବ ଉପରେ ୫ରୁ ୭ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ଦେଶର ଅନ୍ୟ ସହର ଉପରେ ବି କ୍ଷେପଣାସ୍ତ୍ର ଆକ୍ରମଣ ଚାଲିଛି । ୟୁକ୍ରେନ ସରକାରଙ୍କ କହିବା ଅନୁସାରେ ଗତ ଦୁଇଦିନରେ ସାରା ଦେଶରେ ମୋଟ ୫୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ତେବେ ଏହି ୫୦ଟି କ୍ଷେପଣାସ୍ତ୍ର ମଧ୍ୟରୁ କିଛି କ୍ଷେପଣାସ୍ତ୍ରକୁ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅଟକାଇବାରେ ସକ୍ଷମ ହୋଇଛି । ରାଜଧାନୀ କିବର ବିଭିନ୍ନ ପ୍ରଭାବିତ ଅଟ୍ଟାଳିକାରୁ ଧୂଆଁ ଉଠୁଥିବା ଦେଖାଯାଉଛି ଏବଂ ଏହାର ଫଳସ୍ୱରୂପ ସହରରେ  ବିଦ୍ୟୁତ ସରବରାଦ ବନ୍ଦ ହୋଇଯାଇଛି । କିବ୍ ସହରର ମେୟର ଭିଟାଲି କ୍ଲିଷ୍ଟକୋ ଟେଲିଗ୍ରାମରେ ପୋଷ୍ଟ କରିଛନ୍ତି ଯେ ବିସ୍ଫୋରଣ “କିବ୍ ସହରର କିଛି ଅଂଶରେ ବିଦ୍ୟୁତ୍ ଏବଂ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । କୃଷ୍ଣ ସାଗରରେ ଥିବା ରୁଷର ନୌଭେଳା ଉପରେ ୟୁକ୍ରେନ ପକ୍ଷରୁ ଡ୍ରୋନ ଆକ୍ରମଣ ନେଇ ରୁଷ ଦାବି କରିଛି । ଏହା ପରେ ୟୁକ୍ରେନ ଉପରେ ଆକ୍ରମଣର ତୀବ୍ରତାକୁ ବଢାଇ ଦେଇଛି ରୁଷ ସେନା ।

Related Articles

Back to top button
WP Twitter Auto Publish Powered By : XYZScripts.com