ଅନ୍ୟାନ୍ୟ

ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ଜଗନ୍ନାଥ ଉପନଗରର ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର, ୩୧/୧୦/୨୦୨୨ –   ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଜଗନ୍ନାଥ ଉପନଗର ସମ୍ମିଳନୀ ଗୋସାଇଁ ନୁଆଁ ଗାଁ ଶିଶୁମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି l ଜଗନ୍ନାଥ ଉପନଗରର ଶତାଧିକ ସୟଂସେବକ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ନେଇସାରିବା ପରେ ଏକ ଭବ୍ୟ ପଥ ସଂଚଳନ ଅନୁଷ୍ଠିତ ହୋଇଥିଲା l ସୟଂସେବକ ଭାଇମାନଙ୍କ ସହ ଘୋଷବାଦ୍ୟରେ ଭବ୍ୟ ସୁନ୍ଦର ପଥ ସଞ୍ଚଳନ ମାଧମରେ ଗୋସାଇଁନୁଆଁ ଗାଁ, ବିଜିପୁର, ନେହୁର ନଗର, ମେଇନ ରୋଡ଼ ଦେଇ ଶିଶୁମନ୍ଦିରରେ ପହଞ୍ଚିଥିଲା l

ସେଠାରେ ସମାରୋପ କାର୍ଯ୍ୟକ୍ରମରେ ଜିଲ୍ଲା ସଙ୍ଘ ଚାଳକ ପ୍ରଶାନ୍ତ ପତି ସଂଘର ପୃଷ୍ଠଭୂମି ଓ ଆଗାମୀ 2025ରେ ସଙ୍ଘର ଶହେ ବର୍ଷ ପୃତି କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ଶାଖା ବିସ୍ତାର ସହ ପାରିବାରିକ ସମ୍ପର୍କ ବିଭିନ୍ନ କାର୍ଯ୍ୟକ୍ରମ ମାଧମରେ ସଂଘଠନକୁ ମଜବୁତ ବିଷୟରେ କହିଥିଲେ l ମୁଖ୍ୟ ଅତିଥି ଭଗବାନ ଚୌଧୁରୀ ଉପନଗର କାର୍ଯ୍ୟ ନିର୍ବାହୀ ନାରାୟଣ ପଣ୍ଡା ମଞ୍ଚାସିନ ଥିଲେ l ଏଥିରେ  ପ୍ରଫୁଲ୍ଲ ପାତ୍ର, ପିଣ୍ଟୁ ସାହୁ, ନୀଳକଣ୍ଠ ଚୌଧୁରୀ, ଦଣ୍ଡପାଣି ସାହୁ, ସୁକାନ୍ତ ଗୌଡ଼, ରବି ଶତପଥୀ ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com