ଅନ୍ୟାନ୍ୟ
ପିପିଲି ଧାନପୁରରେ ହାତୀ; ଲୋକେ ଆତଙ୍କିତ

ଭୁବନେଶ୍ୱର, ୦୧/୧୧/୨୦୨୨ – ପୁରୀ ଜ଼ିଲ୍ଲା ପିପିଲିରେ ହାତୀ l ଚନ୍ଦକା ଜଙ୍ଗଲରୁ ହାତୀଟି ଗତକାଲି ଡେଲାଙ୍ଗରେ ବୁଲିଥିବା ବେଳେ ଆଜି ପିପିଲି ଏନଏସିର ଧାନପୁର ଚାଷଜମିରେ ବୁଲୁଥିବାର ଦେଖିବାକୁ ମିଳିଛି l ୩ ବର୍ଷ ପୂର୍ବେ ପିପିଲିରେ ହାତୀ ଆସି ଦୁଇ ମଣିଷଙ୍କ ଜୀବନ ନେଇଥିଲା, ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ପିପିଲିରେ ଜଙ୍ଗଲୀ ହାତୀ ଦେଖି ଲୋକମାନେ ଭୟଭୀତ ହୋଇପଡିଛନ୍ତି l ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି ଲ