ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ପ୍ରାଣ ହରାଇଲେ ଘୁଷୁରୀ ହୃତପିଣ୍ଡ ଲଗାଇଥିବା ବିଶ୍ୱର ପ୍ରଥମ ବ୍ୟକ୍ତି, ପ୍ରତିରୋପଣର ୨ ମାସ ପରେ ହାରିଲେ ଜୀବନ

ନୂଆଦିଲ୍ଲୀ :  ଆମେରିକୀୟ ଡାକ୍ତରମାନେ ନିକଟରେ ଏକ ନୂଆ କିର୍ତ୍ତୀମାନ ସ୍ଥାପନ କରିଥିଲେ । ସେମାନେ ଜଣେ ବ୍ୟକ୍ତିଙ୍କଠାରେ ଘୁଷୁରୀର ହୃତପିଣ୍ଡ ପ୍ରତିରୋପଣ କରିଥିଲେ । କିନ୍ତୁ ଘୁଷୁରୀରର ହୃତପିଣ୍ଡ ଲଗାଇଥିବା ପ୍ରଥମ ବ୍ୟକ୍ତିଙ୍କ ଅପରେସନର ଦୁଇ ମାସ ପରେ ମୃତ୍ୟୁ ଘଟିଛି ।
୫୭ ବର୍ଷୀୟ ଡେଭିଡ୍ ବେନେଟ୍ ମଙ୍ଗଳବାର ମ୍ୟାରୀଲାଣ୍ଡ ମେଡିକାଲ ସେଣ୍ଟର ବିଶ୍ୱବିଦ୍ୟାଳରେ ପ୍ରାଣ ହରାଇଛନ୍ତି । ତେବେ ସେ କେଉଁ କାରଣରୁ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ । କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା ବୋଲି ଡାକ୍ତରମାନେ କହିଛନ୍ତି ।
ଡାକ୍ତରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲା ପୁଅ
ବେନେଟଙ୍କ ପୁଅ ହୃତପିଣ୍ଡ ପ୍ରତିରୋପଣ ନେଇ ଡାକ୍ତରଙ୍କୁ ଧନ୍ୟବାଦ ଦେଇଥିଲେ  । ସେ କହିଥିଲେ ଯେ, ଏହା ଆଗାମୀ ଦିନରେ ଅଙ୍ଗ ପ୍ରତିରୋପଣ ଜନିତ ଅଭାବ ଦୂର କରିବ ।
ସୂଚନାଯୋଗ୍ୟ, ଗତ ଜାନୁଆରୀରେ ଡାକ୍ତରମାନେ ବେନେଟଙ୍କ ଠାରେ ଘୁଷୁରୀ ହୃତପିଣ୍ଡର ସଫଳ ପ୍ରତିରୋପଣ କରିଥିଲେ । କିନ୍ତୁ ପ୍ରତିରୋପଣ ପରେ ବେନେଟ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡାକ୍ତରମାନେ ନିଶ୍ଚିତ କରିନଥିଲେ । ତେବେ ଏହି ପ୍ରକ୍ରିୟା ଏକ ମାଇଲଷ୍ଟୋନ୍ ହୋଇ ରହିବ ବୋଲି ସେମାନେ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com