ଜୀବନଶୈଳୀ

ବ୍ରହ୍ମପୁର ମହାନଗର ବିଜେଡ଼ି ପକ୍ଷରୁ ବିଭିନ୍ନ ୱାର୍ଡରେ ଜନସମ୍ପର୍କ ପଦଯାତ୍ରା

ବ୍ରହ୍ମପୁର, ୦୩/୧୧/୨୦୨୨ –   ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବୁଧବାର ବ୍ରହ୍ମପୁର ମହାନଗର ବିଜେଡ଼ି ତରଫରୁ ୨୬, ୨୭ ଏବଂ ୩୦  ନଂ ୱାର୍ଡରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ୩0 ନଂ ୱାର୍ଡ କର୍ପୋରେଟର ମମତା କୁମାରୀ ପାତ୍ର ଓ ସରୋଜ ପଣ୍ଡାଙ୍କ ନେତୃତ୍ୱରେ ଗୋକୁଳ ଧାମ ନିକଟରୁ ପଦଯାତ୍ରା ଆରମ୍ଭ ହୋଇଥିଲା l ସେହିଭଳି ୨୬ ନଂ ୱାର୍ଡର ଯୁବନେତା ରବୀନ୍ଦ୍ର ସାହୁଙ୍କ ନେତୃତ୍ୱରେ ନୀଳକଣ୍ଠ ନଗରଠାରୁ ପଦଯାତ୍ରା ବାହାରି ତୋଟା ସାହି, ନୀଳାଞ୍ଚଳ ନଗର, ବାଲାଜୀ ନଗର ଓ ତଳ ବାଉରୀ ସାହି ଠାରେ ଅଞ୍ଚଳ ବାସୀ ପାଣିର ସମସ୍ୟା ଓ ଇନ୍ଦିରାଆବାସ ଘର ମିଳିନଥିବାରୁ ବିଧ୍ୟାୟକ ଓ ମେୟରଙ୍କୁ ନିଜର ଦୁଃଖ ଜଣାଇଥିଲେ l

ତାହା ସହ ଅନ୍ୟlନ୍ୟ ବିଷୟରେ ଆଲୋଚନା କରିଥିଲେ l ସେହିଭଳି ୨୭ ନଂ ୱାର୍ଡର ବିଜେଡି ନେତା ମଧୁସୁଦନ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ଅଞ୍ଚଳ ବୁଲି ପରେ ବୈଦ ସାହି ଠାରେ ଶେଷ ହୋଇଥିଲା l ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ବରିଷ୍ଠ ବିଜେଡ଼ି ନେତା ଭୀମସେନ ଦଳେଇ ପ୍ରମୁଖ ଯୋଗ ଦେଇ ସରକାରଙ୍କ ଜନହିତ କର କାଯ୍ୟଉପରେ ଅବଗତ କରାଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ମହାନଗର ସଭାପତି ବିଜୟ ଚନ୍ଦ୍ର ସାମଲ ,ଯୁବ ସଭାପତି ଅଜିତ୍ କୁମାର ପଣ୍ଡା, ଛାତ୍ର ସଭାପତି ଶୋଭନ ନାୟକ, ମହାନଗର ମହିଳା ସଭାନେତ୍ରୀ ସୋନାଲି ଗନ୍ତାୟତ, ଦୁର୍ଗା ପ୍ରସାଦ ପଣ୍ଡା, କର୍ପୋରେଟର ଦୁର୍ଗା ଲାୟକ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଏନ ଆପରାଓ, ଟି କିଶୋର ପାତ୍ର, ଟି. ତ୍ରିପତି ପାତ୍ର, ସମୀର ମିଶ୍ର, ସଂଜିତ୍ ପାଣିଗ୍ରାହି, ସୁରେନ୍ଦ୍ର ମହାରଣା,ଭାଗୀରଥି ମହାରଣା, ଅଶ୍ୱିନୀ ପଟ୍ଟନାୟକ, ମଳୟ ଶ୍ୱେତା ରେଖା ତ୍ରିପାଠୀ, ତୁମ୍ବନାଥପଣ୍ଡା, ଦୁର୍ଗା ମାଧବ ସାବତ, ମହାନଗର ମହିଳା ଯୁଗ୍ମ ସମ୍ପାଦିକା ଦେବକୀରେଡ୍ଡୀ, ଶ୍ୱେତାପ୍ରଜ୍ଞା ପଟ୍ଟନାୟକ,ପୂର୍ବତନ କର୍ପୋରେଟରଆର୍ ମୁରଲୀ ମୋହନ, ବରିଷ୍ଠ ନେତା ଭଗବାନ ଗନ୍ତାୟତ, ଆଇନଜୀବୀ ଅସିତ ସାବତ, ଆଦିତ୍ୟ ପଟ୍ଟନାୟକ, ସୁଦର୍ଶନ ଦାସଙ୍କ ସମେତ ବିଜେଡିର ଶତାଧିକ କର୍ମୀମାନେ ଏହି ଅଭିଯାନରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com