ଓଡ଼ିଶା

ପ୍ରକାଶ ପାଇଲା ୨୦୨୩ କୋହିନୂର ପାଞ୍ଜିକା

ଓଡ଼ିଶାରେ ପ୍ରଚଳିତ ପର୍ବ ପର୍ବାଣି ଓ ଅନ୍ୟ ଧାର୍ମିକ ତିଥି ଜାଣିବା ପାଇଁ ପ୍ରାୟ ସମସ୍ତେ ପାଞ୍ଜିର ବ୍ୟବହାର କରିଥାନ୍ତି। ପାଞ୍ଜି ଦେଖି ସମସ୍ତେ ଶୁଭ କାର୍ଯ୍ୟ କରିଥାଆନ୍ତି।

ହିନ୍ଦୁ ପରମ୍ପରା ଅନୁସାରେ ଦୋଳପୂର୍ଣ୍ଣିମାରେ ଓଡ଼ିଆ ହିନ୍ଦୁମାନଙ୍କଦ୍ୱାରା ପାଞ୍ଜି ପୂଜା କରାଯାଏ ଓ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିଠାରୁ ପାଞ୍ଜି ଚଳେ । ଓଡ଼ିଶାରେ ପ୍ରଚଳିତ ପାଞ୍ଜି ଜଗନ୍ନାଥ ସଂସ୍କୃତି ଓ ନୀତି ଅନୁସାରେ ପ୍ରସ୍ତୁତ ହୋଇଥାଏ ।

ପାଞ୍ଜି ପ୍ରସ୍ତୁତି ପରେ ଜଗନ୍ନାଥ ମନ୍ଦିରରୁ ସ୍ୱିକୃତି ପାଇବା ପରେ ଏହା ବଜାରରେ ପ୍ରଚଳିତ ହୋଇଥାଏ । ଆଜିର ସମୟରେ ବହୁ ପଞ୍ଜିକା ବଜାରରେ ମିଳୁଛି। ହେଲେ କୋହେନୂର ପଞ୍ଜିକା ଓ ରାଶିଫଳ’ ୮୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାରେ ପ୍ରଚଳିତ ପର୍ବ-ପର୍ବାଣି ଓ ଅନ୍ୟ ଧାର୍ମିକ କର୍ମ ଆଦି ସ˚ପର୍କରେ ସୂଚନା ପ୍ରଦାନ କରି ଆସୁଛି ।

Kohinoor calander 2023

Related Articles

Back to top button
WP Twitter Auto Publish Powered By : XYZScripts.com