ବିଜ୍ଞାନ ଓ ପ୍ରଯୁକ୍ତି

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ହେଲେ ବର୍ଷା ସିଂହ ବରିହା

ପଦ୍ମପୁର, ୧୪/୧୧/୨୦୨୨ –    ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ଷାଙ୍କ ନାଁ ଉପରେ ମୋହର ମାରିଛନ୍ତି । ବର୍ଷା ହେଉଛନ୍ତି ସ୍ବର୍ଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ । ପ୍ରାର୍ଥୀ ହେବା ପରେ ବର୍ଷା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୧୬ରେ ନାମାଙ୍କନ କରିବା ନେଇ ବର୍ଷା ସୂଚନା ଦେଇଛନ୍ତି ।  ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା,ମହିଳାଙ୍କ ସଶକ୍ତୀକରଣକୁ ଜଣାଇଛନ୍ତି ଗୁରୁତ୍ୱ ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ବିଜୟ ରଞ୍ଜନଙ୍କ ମୃତ୍ୟୁ ପରେ ଏହି ବିଧାନସଭା ଆସନ ଖାଲି ପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com