ଜୀବନଶୈଳୀ

ଉମାକାନ୍ତ ନନ୍ଦଙ୍କ ରଚିତ ”ମନେଅଛି ” ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୨୮/୧୧/୨୦୨୨-  ଏହା କେବଳ ଏକ ଆତ୍ମଜୀବନୀ ନୁହେଁ, ସମ ସାମୟିକ ସମାଜର ଘଟଣା ପ୍ରବାହକୁ ପାଥେୟକରି- ଲେଖକଙ୍କ କଲମ ମୁନର ଏକ ଅସମ୍ଭବ କୃତି । ସାଧାରଣ ଲୋକଙ୍କ ଠାରୁ ବଡ ମଣିଷଙ୍କ ଜୀବନୀ – ଗାଁ ମାଟିର ମମତାଠୁଁ ଆରମ୍ଭ କରି ଓଡିଶାର ଅସ୍ମିତା – ଲେଖକ ବାସ୍ତବ କର୍ମ କ୍ଷେତ୍ରରେ , ସାମାଜିକ ନ୍ୟାୟ ପାଇଁ ଯେଭଳି ଅହରହ ଲଢେଇ କରିଥାନ୍ତି- ଲେଖନି ଚାଳନାରେ ମଧ୍ୟ ସମସ୍ତ କ୍ଷେତ୍ରକୁ ଦେଇଛନ୍ତି ଅନୁରୂପ ନ୍ୟାୟ । ବରିଷ୍ଠ ଆଇନଜୀବୀ ସାମାଜିକ କର୍ମୀ ଉମାକାନ୍ତ ନନ୍ଦଙ୍କ ଦ୍ୱାରା ରଚିତ , ତାଙ୍କ ଆତ୍ମଜୀବନୀ ‘’ମନେଅଛି’’ ପୁସ୍ତକ ଉନ୍ମୋଚନ ଅବସରରେ ବିଶିଷ୍ଟ ବକ୍ତାମାନେ ଏଭଳି ମତ ପୋଷଣ କରିଛନ୍ତି ।

ରବିବାର ଏକ ମନୋଜ୍ଞ ସନ୍ଧ୍ୟାରେ କଟକ ମହାନଦୀ ବିହାରର ମହାନଦୀ ଭବନରେ ଶତାଧିକ ସାହିତ୍ୟିକ , ବୁଦ୍ଧିଜୀବୀ, ଆଇନିଜୀବୀଙ୍କ ଗହଣରେ ୯୫୦ ପୃଷ୍ଠା ବୃହତ୍ତ କଳେବର ବିଶିଷ୍ଟ ପୁସ୍ତକ ଲୋକାର୍ପିତ ହୋଇଛି । ଅବସର ପ୍ରାପ୍ତ ପ୍ରଶାସକ ରବି ନାରାୟଣ ନନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ନ୍ୟାୟମୂର୍ତ୍ତୀ ବିମଳ ପ୍ରସାଦ ଦାସ , ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ , ଓଡିଶା ସାହିତ୍ୟ ଏକାଡେମିର ସଭାପତି ହୃଷିକେଶ ମଲ୍ଲିକ, ପ୍ରମୁଖ ଯୋଗଦେଇ – ମନେଅଛି ପୁସ୍ତକକୁ ଆମ ସମୟର ଏକ ଅନୁଭୂତ ଜ୍ଞାନକୋଷ ବୋଲି ଆକ୍ଷାୟିତ କରିଥିଲେ । ଆତ୍ମାଶ୍ଳାଘା ଉର୍ଦ୍ଧ୍ୱରେ ଲେଖକ ପୁସ୍ତକରେ ଯେପରି ତଥ୍ୟ ଭିତ୍ତିକ ବାଖ୍ୟା କରିଛନ୍ତି ବରଂ ଏହା ପୌରାଣିକ , ଐତିହାସିକ , ଭ୍ରମଣ ବୃତ୍ତାନ୍ତର ଏକ ସମ୍ମିଶ୍ରଣ ଯାହା ଅକ୍ଷରେ ଅକ୍ଷରେ ସତ । ଏହାଛଡା ପୁରାତନ ବିଶୁଦ୍ଧ ପରମ୍ପରା, ସାଂସାରିକ ଜୀବନ ,ଯୌଥ ପରିବାରର ଉପାଦେୟତା , ପଠନ ପ୍ରଣାଳୀ, କର୍ତ୍ତବ୍ୟ ଜ୍ଞାନ ଆଦିର ନିଖୁଣ ଚିତ୍ରଣ ଆଜିର ପିଢି ପାଇଁ ଉପାଦେୟ ହୋଇପାରିବ ବୋଲି ଅନେକ ଗୁରୁତ୍ୱାରୋପ କରିଥିଲେ ।

କଟକ ପୂର୍ବାଞ୍ଚଳ ଆଇନଜୀବୀ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବର ପ୍ରାରମ୍ଭରେ ସାହିତ୍ୟିକ ପ୍ରବୀର ମହାନ୍ତି ଅତଥି ପରିଚୟ ଏବଂ ପଣ୍ଡିତ ଦୟାନିଧି ଶତପଥୀ ବେଦପାଠ କରିଥିଲେ । ଶେଷରେ ଆଇନଜୀବୀ ଆକାଶ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତି ଗୋପାଳ କୃଷ୍ଣ ବେହେରା , ରବି ନାରାୟଣ ଶତପଥୀ , ଟହଲି ଚରଣ ମହାନ୍ତି, ମନୋଜ କୁମାର ଦାସ, ନିମାଇଁ ଚରଣ ଲେଙ୍କା , ପୀତବାସ ମହାପାତ୍ର, ଭକ୍ତହରି ମହାନ୍ତି, ଗୋପାଳ କୃଷ୍ଣ ମହାନ୍ତି, କାଳୀ ପ୍ରସନ୍ନ ମିଶ୍ର , ଗୌତମ ଚରଣ ରାଉତ, ନରେନ୍ଦ୍ର ଜେନା , ମନୋଜ ମିଶ୍ର, ଜିତେନ୍ଦ୍ର ମହାନ୍ତି , ଦେବାଶିଷ ପାଣିଗ୍ରାହୀ , କେଶବ ଚନ୍ଦ୍ର , ସନ୍ତୋଷ ପତି, ଏଲ.ଏନ ବେହେରା , ଦୟାନିଧି ଶତପଥୀ, ଗଗନ ଚନ୍ଦ୍ର ପ୍ରଧାନ, ପ୍ରଦୀପ ପତି, ଈଶାନ ମହାନ୍ତି, ପ୍ରଫୁଲ ମହାପାତ୍ର, ଅମୀୟ ବିଶ୍ୱାଳ, ପଣ୍ଡିତ ଯୁଧିଷ୍ଠିର ପତି ପମୁଖଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com