ଘରୁ ପାଇଲେନି ମୂଲ୍ୟବାନ ଜିନିଷ, ଘର ମାଲିକଙ୍କ ପ୍ରାଇଭେଟ ପାର୍ଟରେ ଚୋର ଭର୍ତ୍ତି କରିଦେଲେ ବିୟର ବୋତଲ
ଭୁବନେଶ୍ୱର: ଚୋରି ସମୟରେ ଘରେ ମୂଲ୍ୟବାନ ଜିନିଷ ନ ପାଇବାରୁ ରାଗିଗଲେ ଚୋର । ଘରର ମାଲିକଙ୍କ ପ୍ରାଇଭେଟ ପାର୍ଟରେ ଭର୍ତ୍ତି କରିଦେଇଥିଲେ ଏକ ବିୟର ବୋତଲ । ଯେଉଁ ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି ।
ଭେନେଜୁଏଲା ଠାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଚୋରମାନେ ଜଣେ ୭୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟରେ ଏକ ବିୟର ବୋତଲ ଭର୍ତ୍ତି କରିଥିଲେ । ସଙ୍ଗେ ସଙ୍ଗେ ଏହି ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ବୋତଲଟିକୁ ବାହାର କରାଯାଇଥିଲା । କିନ୍ତୁ ଏହି ଅସ୍ତ୍ରୋପଚାର ଏତେ ସହଜ ନଥିଲା। ଡାକ୍ତରଙ୍କ ପାଇଁ ବହୁତ ସମୟ ଲାଗିଲା । ଏବେ ବୃଦ୍ଧ ଜଣକ ବିପଦ ମୁକ୍ତ ଅଛନ୍ତି। ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି।
ବ୍ରିଟିଶ ଖବରକାଗଜ ମିରର ଅନୁଯାୟୀ ଏହି ୭୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାମ ପ୍ରକାଶ କରାଯାଇ ନାହିଁ। କେନ୍ଦ୍ରୀୟ ଭେନେଜୁଏଲାର ପାଲୋ ନେଗ୍ରୋରେ ତିନି ଜଣ ତାଙ୍କ ଘରେ ପଶିଥିଲେ। ହେଲେ ଘରେ ସେ କୌଣସି ମୂଲ୍ୟବାନ ଜିନିଷ ନ ପାଇ ଚୋରମାନେ ରାଗିଯାଇଥିଲେ। ଏହା ପରେ ଚୋରମାନେ ତାଙ୍କ ପ୍ରାଇଭେଟ ପାର୍ଟରେ ଏକ ବିୟର ବୋତଲ ଭର୍ତ୍ତି କରିଥିଲେ। ସେ ପ୍ରବଳ ଯନ୍ତ୍ରଣାରେ ଡାକ୍ତରଖାନା ଯାଇଥିଲେ। ଅସ୍ତ୍ରାପଚାର କରି ଡାକ୍ତରୀ ଦଳ ବୋତଲ ବାହାର କରିଥିଲେ ।