ଏକ୍ସ-ରେ ରିପୋର୍ଟ ଦେଖି ଡାକ୍ତର ଓ ପରିବାର ଲୋକ ଆଶ୍ଚର୍ଯ୍ୟ
![](https://i0.wp.com/odia.mobilenews24x7.com/wp-content/uploads/2022/11/belly.jpg?resize=275%2C183&ssl=1)
ଭୁବନେଶ୍ୱର, ୩୦/୧୧/୨୦୨୨- ଦୁନିଆରେ ଅଜବ ମାମଲା ବେଳେ ବେଳେ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏପରି ଏକ ମାମଲା ଡାକ୍ତରଙ୍କୁ ଚକିତ କରିଥିଲା ଯିଏ କି ଜଣେ ବ୍ୟକ୍ତିଙ୍କ ପେଟ ଅସ୍ତ୍ରୋପଚାର କରିଥିଲେ। ସେହି ବ୍ୟକ୍ତି ମାସ ମାସ ଧରି କଏନକୁ ଗିଳି ଦେଉଥିଲେ । ଯେତେବେଳେ ଜଣେ ବ୍ୟକ୍ତିଙ୍କ ପେଟରୁ ୧୮୭ ମୁଦ୍ରା ବାହାରିଲା, ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏହି ମାମଲା କର୍ଣ୍ଣାଟକର ବାଗାଲକୋଟର ଅଟେ। ଯେତେବେଳେ ଜଣେ ବ୍ୟକ୍ତିଙ୍କର ଫୁଲିଯାଇଥିବା ପେଟ ଦେଖିବା ପରେ ଡାକ୍ତରଖାନାରେ ଏକ୍ସ-ରେ କରିଥିଲେ, ସେତେବେଳେ ଶରୀରରେ ୧, ୨ ଏବଂ ୫ ଟଙ୍କିଆ ମୁଦ୍ରା ଥିବା ଦେଖିବାକୁ ପାଇଥିଲେ। ଅସ୍ତ୍ରୋପଚାର ପରେ, ପେଟରୁ ପାଖାପାଖି ୧୮୭ ମୁଦ୍ରାକୁ ବାହାର କରିଥିଲେ ଡାକ୍ତର।
ମୁଦ୍ରା ଗିଳିଦେଉଥିବା ବ୍ୟକ୍ତିଙ୍କ ନାମ ହେଉଛି ଡେମାପ୍ପା, ଯାହାର ବୟସ ୫୮ ବର୍ଷ। ପରିବାର ଲୋକଙ୍କ କହିବା ଅନୁଯାୟୀ, ସେ ମାନସିକ ସ୍ତରରେ ବିଚଳିତ ହୋଇପଡିଛନ୍ତି। ସେ ଗତ କିଛି ମାସ ଧରି ସେ ଧୀରେ ଧୀରେ ତାଙ୍କ ପେଟରେ ଏତେ ପରିମାଣର ମୁଦ୍ରା ଜମା କରି ରଖିଥିଲେ। ଯେଉଁ କାରଣରୁ ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଏବଂ ଫୁଲିବା ଆରମ୍ଭ ହୋଇଥିଲା। ତେବେ ପରିବାର ସଦସ୍ୟ ଏହା ମଧ୍ୟ କହିଛନ୍ତି ଯେ ମାନସିକ ସ୍ତରରେ ବିଚଳିତ ହୋଇଥିଲେ ମଧ୍ୟ ଦେବମପ୍ପା ନିୟନ୍ତ୍ରଣରେ ରହିଛନ୍ତି। କିନ୍ତୁ ଯେତେବେଳେ ସେ ଏହି ମୁଦ୍ରା ଗିଳିବା ଆରମ୍ଭ କଲେ କେହି ଜାଣିପାରି ନ ଥିଲେ । ସେପଟେ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ କହିବା ଅନୁଯାୟୀ ଏହି ମାମଲା ତାଙ୍କ ତଥା ତାଙ୍କ ଦଳ ପାଇଁ ଭିନ୍ନ ଏବଂ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ଏହାର ସଫଳତା ପରେ, ସେମାନେ ଏକ ଦୀର୍ଘ ନିଶ୍ୱାସ ଛାଡ଼ିଥିଲେ।