ଓଡ଼ିଶା

ଇଭିଏମରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ, ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି

ଭୁବନେଶ୍ୱର() ସରିଲା ଭୋଟ୍ ଆସନ୍ତାକାଲିକୁ ଆସିବ ଫଳାଫଳ । ୩ ମହାନଗର ନିଗମର ୩୫ ମେୟର ପ୍ରାର୍ଥୀଙ୍କ ସମେତ ୬୮୯ କର୍ପୋରେଟର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ସେହିପରି ୧୦୫ଟି ସହରାଞ୍ଚଳର ୫୩୪ ଅଧ୍ୟକ୍ଷ ଏବଂ ୫୧୬୨ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ମଧ୍ୟ ପରୀକ୍ଷା ହୋଇଛି । ମତଦାନ ପରେ ସବୁ ଇଭିଏମକୁ କଡ଼ା ସୁରକ୍ଷା ସହ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ପ୍ରତ୍ୟେକ ଷ୍ଟ୍ରଙ୍ଗ ରୁମରେ ସିସିଟିଭି ଲଗାଯିବା ସହ ପ୍ରଶାସନର ନଜର ରହିଛି ।

ଆସନ୍ତାକାଲି ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯିବ । ସେପଟେ ନବରଙ୍ଗପୁର ଜିଲ୍ଲା ଉମରେକାଟ ପୌରାଞ୍ଚଳର ୮ ନମ୍ବର ଓ୍ବାର୍ଡରେ ଇଭିଏମରେ ଭୁଲ୍ ବାଲଟ ପେପର ଯୋଗୁଁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି । ଏଠାରେ ଆଜି ସାନି ନିର୍ବାଚନ କରାଯିବ। ସେହିପରି ଭଦ୍ରକ ଜିଲ୍ଲାର ଭଦ୍ରକ ପୌରାଞ୍ଚଳ ଏବଂ ନବ ଗଠିତ ଧାମନଗର ଏନଏସିର କିଛି ଜାଗାରେ ଉତ୍ତେଜନା ସୃଷ୍ଟି ହୋଇଥିବାରୁ ଏଠାରେ ସାନି ନିର୍ବାଚନ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ବିସ୍ତୃତ ରିପୋର୍ଟ ପରେ ପୁନଃ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

Related Articles

Back to top button
WP Twitter Auto Publish Powered By : XYZScripts.com