ଅନ୍ୟାନ୍ୟ

ଇସ୍ରାଏଲକୁ ଋଷର ଧମକ

ଋଷ, ୧୮ /୧୦/୨୦୨୨-   ଇସ୍ରାଏଲକୁ  ଧମକାଇଲେ ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦବେଦେବ । ୟୁକ୍ରେନକୁ ଇସ୍ରାଏଲ ଯୁଦ୍ଧାସ୍ତ୍ର ଯୋଗାଉଥିବାରୁ ସେ ଧମକ ଦେଇଛନ୍ତି । ଦିମିତ୍ରୀ ଟେଲିଗ୍ରାମ ଆପରେ ଲେଖିଛନ୍ତି କି, ଏମିତି ଶୁଣାଯାଉଛି ଯେ, ଇସ୍ରାଏଲ ତରଫରୁ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯାଉଛି । ଏହା ଏକ ଦାୟିତ୍ୱହୀନ ପଦକ୍ଷେପ’ ଏହା ସତ୍ୟ ହୋଇଥିଲେ ଖୁବଶୀଘ୍ର ଋଷ ଓ ଇସ୍ରାଏଲ ମଧ୍ୟରେ ଥିବା ସମସ୍ତ ସଂପର୍କ ଛିନ୍ନ କରାଯିବ ।

ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦବେଦେବ ଏବେ ଋଷ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ ସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖ୍ୟ ପରାମର୍ଶଦାତା ପଦରେ ରହିଛନ୍ତି । କିଛିଦିନ ପୂର୍ବରୁ ଇସ୍ରାଏଲର ଜଣେ ମନ୍ତ୍ରୀ ନାଚମନ୍ ସାଇ କହିଥିଲେ କି ଇସ୍ରାଏଲ ତରଫରୁ ୟୁକ୍ରେନକୁ ସୈନ୍ୟ ସହାୟତା ଯୋଗାଇ ଦିଆଯିବ । ନାଚମନଙ୍କର ଏହି ବୟାନ ଆଧାରରେ ଦିମିତ୍ରୀ ମେଦବେଦେବ ଏଭଳି କଥା କହିଛନ୍ତି ।

ପୂର୍ବ ସପ୍ତାହରେ ଏକ ଇଂରାଜୀ ଖବର କାଗଜ ନ୍ୟୁୟର୍କସ୍ ଟାଇମ ମୁତାବକ ଇସ୍ରାଏଲର ଏକ ଘରୋଇ ସୁରକ୍ଷା ଫାର୍ମ ୟୁକ୍ରେନକୁ ଯୁଦ୍ଧରେ ସହାୟତା କରୁଥିଲା । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଇସ୍ରାଏଲ ତରଫରୁ ୟୁକ୍ରେନକୁ କୌଣସି ସହାୟତାକୁ ଅସ୍ୱୀକାର କରିବା ସହ ଆମ ଭଳି ଇସ୍ରାଏଲ ବି ଏବେ ନିଜ ମାଟିକୁ ରକ୍ଷା କରିବାକୁ ପ୍ରସ୍ତୁତ ରହିବା ଦରକାର ବୋଲି ପରାମର୍ଶ ଦେଇଛନ୍ତି  ।

Related Articles

Back to top button
WP Twitter Auto Publish Powered By : XYZScripts.com