ଅନ୍ୟାନ୍ୟ

ଶେଷ ହେଲା ପଦ୍ମପୁର ଉପନିର୍ବାଚନ

ଭୁବନେଶ୍ୱର, ୦୫/୧୨/୨୦୨୨-  ପଦ୍ମପୁର ଉପନିର୍ବାଚନ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଏ ପର୍ଯ୍ୟନ୍ତ ବି ୮୯ ଟି ବୁଥରେ ମତଦାନ ଜାରି ରହିଛି । ୧୨ ହଜାର ଭୋଟର ଲାଇନରେ ରହିଛନ୍ତି । ଯେଉଁମାନେ ୪ଟା ପୂର୍ବରୁ ବୁଥରେ ପହଞ୍ଚିଛନ୍ତି ସେମାନେ ଲାଇନରେ ରହି ମତଦାନ କରୁଛନ୍ତି । ସେମାନଙ୍କ ମତଦାନ ସରିବା ପର୍ଯ୍ୟନ୍ତ ଭୋଟିଂ ଚାଲିବ । ସମ୍ପୂର୍ଣ୍ଣ ଭୋଟ ପ୍ରକ୍ରିୟା ସରିବାକୁ ୬ଟାରୁ ୬ଟା ୩୦ ସମୟ ଲାଗିପାରେ । ସନ୍ଧ୍ୟା ୬ ରୁ ୬.୩୦ ପର୍ଯ୍ୟନ୍ତ ଭୋଟିଂ ଚାଲିବ ବୋଲି କୁହାଯାଇଛି । ଦିନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ ରେ ୭୯.୦୫ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର ତା ଠାରୁ  ଅଧିକ ହେବ ବୋଲି ଆଶା ରହିଛି । ପଦ୍ମପୁର ଆରଏମସିରେ ଇଭିଏମ ରଖିବାର ବ୍ୟବସ୍ଥା ହୋଇଛି । ଦ୍ଵିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ ରଖାଯିବ । ଏବେ ସୁଦ୍ଧା ସେଠାରେ କୌଣସି ନିର୍ବାଚନୀ ବିଶୃଙ୍ଖଳା ଖବର ସାମ୍ନାକୁ ଆସିନାହିଁ ବୋଲି ସୁଶୀଲ କୁମାର ଲୋହାନି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com