ଅନ୍ୟାନ୍ୟ

ସୁନ୍ଦରଗଡ଼, ସଉନାମରା ଗାଁରୁ ହକି ବିଶ୍ୱକପକୁ ସ୍ୱାଗତ

ସୁନ୍ଦରଗଡ଼ ,୦୭ /୧୨ /୨୦୨୨-  ସୁନ୍ଦରଗଡ଼ ଜିଲ୍ଲା ହକି ବିଶ୍ୱକପ ପାଇଁ ଉତ୍ସବମୁଖର ହୋଇଉଠିଛି । ପ୍ରଶାସନ, ରାଉରକେଲା ସହର ସମେତ ସମଗ୍ର ଜିଲ୍ଲାରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିବାକୁ ଆଗେଇ ଆସିଛି। ଭାରତୀୟ ହକିକୁ ବିଶେଷ ଅବଦାନ ଦେଇଥିବା ବାଲିଶଙ୍କରା ବ୍ଲକର, ସଉନାମରା ଗାଁରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି । ଜିଲ୍ଲାର ୧୭ଟି ବ୍ଲକର ୨୭୯ଟି ଗ୍ରାମପଞ୍ଚାୟତ ସ୍ତରରେ ଏକା ସାଙ୍ଗେ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବ୍ଲକ ସ୍ତର ହୋଇ ଜିଲ୍ଲା ସ୍ତରରେ ପହଞ୍ଚିବ। ହକି ପ୍ରତିଯୋଗିତା ଲାଗି ୮୦୦ରୁ ଅଧିକ ଟିମ ପଞ୍ଜୀକରଣ କରିଛନ୍ତି।

ମଙ୍ଗଳବାର ସଉନାମରା ହାଇସ୍କୁଲ ପଡ଼ିଆଠାରେ ଏହି ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ସଉନାମରା ଗାଁର ପୁଅ ତଥା ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ଏବଂ ଗାଁର ଝିଅ ତଥା ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି ପ୍ରତିଯୋଗିତା ପ୍ରାୟ ୧ ମାସ ଧରି  ଚାଲିବ ।

Related Articles

Back to top button
WP Twitter Auto Publish Powered By : XYZScripts.com