
ଭୁବନେଶ୍ୱର: ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରୁଥିନା କୁନି କଳାକାର ଶ୍ରେୟସ ପୂଜାରୀ ମୃତ୍ୟୁ ହୋଇଛି l ଆଜି ତାଙ୍କ ଘର ଛାତ ଉପରେ ଖେଳୁଥିବା ସମୟରେ ପଡିଯାଇଥିଲେ l ଅଚେତ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତମ ଶ୍ରେଣୀ ଛାତ୍ର ଥିଲେ l ତେବେ ତାଙ୍କର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ l