ଜୀବନଶୈଳୀ

ହକି ବିଶ୍ୱକପ୍‍ ଖେଳାଳି, ପର୍ଯ୍ୟଟକଙ୍କୁ ଅତିଥ୍ୟ ପ୍ରଦାନ କରିବା ନେଇ କମିସନରେଟ୍‍ ପୁଲିସର ଗୁରୁତ୍ୱ

 ଭୁବନେଶ୍ୱର ୨୦/୧୨/୨୦୨୨-   ହକି ବିଶ୍ୱକପ୍‍ ଲାଗି ବିଦେଶୀ ଖେଳାଳି, ପର୍ଯ୍ୟଟକ ଏବଂ ହକିପ୍ରେମୀଙ୍କୁ ଅତିଥ୍ୟ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଛି କମିସନରେଟ୍‍ ପୁଲିସ । ଏଥିପାଇଁ ସାର୍ବଜନୀନ ପରିବହନ ପ୍ରଦାନକାରୀଙ୍କ ସହ ପୁଲିସ ପକ୍ଷରୁ ଆଲୋଚନା କରାଯାଇଛି । ଅଟୋ, ଟ୍ୟାକ୍ସି, ବସ ଓ ଆମ୍ୱୁଲାନ୍ସ ଭଳି ସର୍ବସାଧାରଣ ସ୍ଥାନରୁ ବିଦେଶୀ ଖେଳାଳି ଏବଂ ପର୍ଯ୍ୟଟକ କିଭଳି ଭଲ ଅନୁଭୂତି ନେଇଯିବେ ସେଦିଗରେ ପୁଲିସ ସ୍ୱତନ୍ତ୍ର ପ୍ରୟାସ ଆରମ୍ଭ କରିଛି ।

ଅତିଥି ଆସିଲେ ସ୍ନେହର ସହ ସ୍ୱାଗତ କରିବେ, ଆମ ସଂସ୍କୃତି ଓ ପରମ୍ପରା ଏବଂ ଆମ ସହରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇବେ, ସେ ନେଇ ପ୍ରଶିକ୍ଷଣ ଦିଆଯାଇଛି । ସେମାନଙ୍କୁ ଏକ ବନ୍ଧୁତ୍ୱର ପରିବେଶରେ ସହର ବୁଲାଇବା ସହ ସେମାନଙ୍କୁ କିପରି ଆତିଥ୍ୟର ସେବା ଯୋଗାଇବେ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି । କୌଣସି ଗାଡ଼ିରେ ଗଲେ ଭଡ଼ା ଯେତିକି ସେତିକି ନେବେ ଅଧିକ ନେବେ ନାହିଁ କି ଖରାପ ଅନୁଭୂତି ଯେପରି ଅନୁଭବ ନ କରିବା ଲାଗି କୁହାଯାଇଛି । ଖେଳ ସମୟରେ ଅଯଥା ଗହଳି ନ କରି କିପରି ପୁଲିସ ସହ ସମନ୍ୱୟ ରକ୍ଷା କରି ସଠିକ ପାର୍କିଂ, ଟ୍ରାଫିକକୁ ଡାଇଭର୍ସନରେ ସହଯୋଗ ପାଇଁ ଆଲୋଚନା ହୋଇଥିଛି । ହକିର ପ୍ରଚାରପ୍ରସାର ଲାଗି ବିଭିନ୍ନ ଗାଡ଼ି ଓ ଚାଳକଙ୍କ ୟୁନିଫର୍ମରେ ହକି ଲୋଗୋ ଓ ମାସ୍କଟ ଲଗାଇବାର ବ୍ୟବସ୍ଥା କରାଯାଇଛି ।

ମଙ୍ଗଳବାର ଟ୍ରାଫିକ ପୁଲିସ ମୁଖ୍ୟାଳୟରେ ସାର୍ବଜନୀନ ପରିବହନ ପ୍ରଦାନକାରୀଙ୍କ ସହ କମିସନରେରଟ୍‍ ପୁଲିସର ବରିଷ୍ଠ ଅଧିକାରୀ ଆଲୋଚନା କରିଥିଲେ । ଏଥିରେ ଡିସିପି ପ୍ରତୀକ ସିଂ, ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ର ଓ ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com