Featuredଓଡ଼ିଶା

ଚୋରି ନିଶାକୁ ବଳିଗଲା ମଦ ନିଶା, ପୁଲିସ୍‌ ଆଗରେ ବଖାଣିଲା…

ଚୋରକୁ ଠକିଲେ ଚୋର

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆସିଥିଲା ଚୋରି କରିବାକୁ । ହେଲେ ମଦ ନିଶାରେ ଶୋଇପଡ଼ିଲା । ଆଉ ଧରାପଡ଼ିଲା ପରେ ବଖାଣିଲା ସବୁ। ଘଟଣା ଅନୁସାରେ ସର୍ବାନନ୍ଦ ନାୟକ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ପରିବାର ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ । ବିବାହ କାର୍ଯ୍ୟକ୍ରମରୁ ଫେରି ଯାହା ଦେଖିଲେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘରର ତାଲା କଟା ହୋଇଥିଲା ବେଳେ ଭିତରେ ଜିନିଷ ପତ୍ର ସବୁ ଇଆଡ଼େ ସିଆଡ଼େ ପଡ଼ିଥିଲା । ଏତିକିରୁ ସେ ବୁଝି ନେଇଥିଲେ ଯେ, ତାଙ୍କ ଘରୁ ଚୋରି ହୋଇଛି ।

କଣ କଣ ଚୋରି ହୋଇଛି ତାହା ଖୋଜିଲା ବେଳକୁ ଖଟ ଉପରେ ଏକ ଅଜଣା ଲୋକ ଶୋଇଥିବାର ଦେଖିଥିଲେ । ଖାଲି ଏତିକି ନୁହେଁ ପାଖରେ ମଧ୍ୟ ଗଡୁଥିଲା ମଦ ବୋତଲ । ଏହାପରେ ସେହି ଚୋରକୁ କାବୁ କରି ପୁଲିସକୁ ଫୋନ କରିଥିଲେ ସର୍ବାନନ୍ଦଙ୍କ ପରିବାର । ପୁଲିସ ପହଞ୍ଚି ଉକ୍ତ ଚୋରକୁ ଥାନାକୁ ନେଇଥିଲା । ସେଠାରେ ପଚରାଉଚରା ବେଳେ ଚୋରଟି ଯେଉଁ ଖୁଲାସା କରିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଚୋରର କହିବା ଅନୁସାରେ ସେ ଏକା ଆସିନଥିଲା, ତା ସହିତ ଅନ୍ୟ ସହଯୋଗୀ ମଧ୍ୟ ଥିଲେ । ତେବେ ଘରେ କଳାକନା ବୁଲାଇବା ପରେ ଏହି ଚୋରକୁ ଫସାଇବା ପାଇଁ ପ୍ରଚୁର ମଦ ପିଆଇ ଦିଆଇଥିଲେ । ଏହାପରେ ତାର ସହଯୋଗୀମାନେ ଟଙ୍କା ସୁନା ନେଇ ଖସି ପଳାଇଥିଲେ । ଅଭିଯୋଗ ଅନୁସାରେ ସର୍ବାନନ୍ଦଙ୍କ ଘରୁ ୧୦ ତୋଳା ସୁନା, ୨ କିଲୋଗ୍ରାମ ରୁପା, ପ୍ରାୟ ୫୦ ହଜାର ମୂଲ୍ୟର ୪୦ଟି ଦାମିକା ଶାଢ଼ି ଏବଂ ଗୁରୁତ୍ୱପୂର୍ଣ୍ଣ ଦଲିଲ ଗୁଡ଼ିକ ଚୋରି ହୋଇଥିବା ଦର୍ଶାଯାଇଛିି । ଧରା ପଡ଼ିଥିବା ଚୋରର ବୟାନ୍ ଆଧାରରେ ବର୍ତ୍ତମାନ ଅନ୍ୟ ଚୋରଙ୍କୁ ଖୋଜିବାରେ ଲାଗିଛି ପୁଲିସ । ତେବେ ଏହି ଘଟଣାଟି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com