ଅନ୍ୟାନ୍ୟ

ମହିଳାଙ୍କ ଲକ୍ଷେ ଟଙ୍କା ଥିବା ବ୍ୟାଗକୁ ଛଡେଇ ଧାଇଁଲା ମାଙ୍କଡ଼, ଆଉ ତା ପରେ ଯାହା ଘଟିଲା….

ଭୁବନେଶ୍ୱର: ଥାଇଲାଣ୍ଡରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିବା ପରେ ଆପଣ ମୁଣ୍ଡରେ ହାତ ଦେବେ। ଯେତେବେଳେ ଗୋଟିଏ ମାଙ୍କଡ଼ ଜଣେ ମହିଳାଙ୍କ ବ୍ୟାଗକୁ ଛଡେଇ ନେଇ ପଳାଇଥିଲା। କେବଳ ଏତିକି ନୁହେଁ, ଆଶ୍ଚର୍ଯ୍ୟଜନକ କଥା ହେଉଛି ବ୍ୟାଗରେ ଏକ ଲକ୍ଷ ଟଙ୍କା ସହ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟ ଥିଲା।

ବାସ୍ତବରେ, ଏହି ଘଟଣା ଥାଇଲ୍ୟାଣ୍ଡରୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାଙ୍କଡ ଗୋଷ୍ଠୀ ପାର୍କରେ ବୁଲିବାକୁ ଯାଇଥିବା ମହିଳାଙ୍କ ନିକଟରେ ପହଞ୍ଚିଥିଲେ। ମହିଳା ଜଣକ ଏ ବିଷୟରେ ଜାଣିନଥିଲେ । ତା’ପରେ ଗୋଟିଏ ମାଙ୍କଡ଼ ହଠାତ ମହିଳାଙ୍କ ବ୍ୟାଗଟିକୁ ଛଡ଼ାଇ ନେଇ ପଳାଇଥିଲା। ଯେତେବେଳେ ମହିଳା ଜଣକ ପଛକୁ ଚାହାନ୍ତି,ସେତେବେଳକୁ ମାଙ୍କଡ଼ ବହୁତ ଦୂରକୁ ଚାଲିଯାଇଥିଲା। ମହିଳା ଜଣକ ମାଙ୍କଡଟିକୁ ଗୋଡ଼ାଇଥିଲେ କିନ୍ତୁ ମାଙ୍କଡ଼ଟି ବ୍ୟାଗକୁ ଧରି ଦୁରକୁ ଚାଲିଗଲା।

ଖାଦ୍ୟ ଥିବା ଭାବି ମାଙ୍କଡଟି ମହିଳାଙ୍କ ବ୍ୟାଗଟିକୁ ଛଡେଇନେଇଥିଲା । ହେଲେ ଖୋଲିନପାରି ଶେଷରେ ମାଙ୍କଡ଼ଟି ବ୍ୟାଗକୁ ଏକ ଗଭୀର ଖାଲରେ ଫିଙ୍ଗିଦେଇଥିଲା। ଏହା ଦେଖିବା ପରେ ମହିଳା ଜଣକ ଜୋରେ ପାଟି କରିବାକୁ ଲାଗିଲେ, ପାର୍କର କର୍ମଚାରୀମାନେ ମହିଳାଙ୍କ ପାଟି ଶୁଣିବା ପରେ ସେଠାରେ ପହଞ୍ଚିଥିଲେ ଏବଂ ମହିଳା ଜଣକ କର୍ମଚାରୀଙ୍କୁ ପୁରା କାହାଣୀ କହିଥିଲେ। ଏହା ପରେ ପାର୍କର ଅନେକ କର୍ମଚାରୀ ଏକାଠି ହୋଇ ସେହି ବ୍ୟାଗକୁ ଖାତରୁ ବାହାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। କିଛି ସମୟ ପରେ ବ୍ୟାଗଟିକୁ ଦଉଡି ଏବଂ ଅନ୍ୟାନ୍ୟ ଜିନିଷ ସାହାଯ୍ୟରେ ଉଦ୍ଧାର କରିଥିଲେ।

ଭାଗ୍ୟର କଥା ହେଉଛି ମାଙ୍କଡ଼ଟି ସେହି ବ୍ୟାଗର ଚେନ କୁ ଖୋଲି ପାରିନଥିଲା। ଫଳରେ ସେହି ବ୍ୟାଗରେ ଥିବା ଟଙ୍କା ଏବଂ ମହିଳାଙ୍କ ଅନେକ ଦଲିଲ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା।ମହିଳା ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com