ସ୍ୱାସ୍ଥ୍ୟ

କେତେ ହେବ କରୋନାର ନାସାଲ୍ ଟିକା ? ସାମ୍ନାକୁ ଆସିଲା ଏହି ରିପୋର୍ଟ

ଭୁବନେଶ୍ୱର: କରୋନାକୁ ନେଇ ଭାରତ ସରକାର ସତର୍କ ଅଛନ୍ତି। ଗତ ସପ୍ତାହରେ ସରକାର ନାସାଲ୍ ଟିକାକୁ ଅନୁମୋଦନ କରିଥିଲେ। ଖୁବ୍ ଶୀଘ୍ର ଏହି ଟିକା ଉପଲବ୍ଧ ହେବ । ମିଳିଥିବା ସୂଚନା ଅନୁଯାୟୀ ନାସାଲ୍ ଟିକା ମୂଲ୍ୟ ଏକ ହଜାର ଟଙ୍କା ହୋଇପାରେ।

ଗତ ସପ୍ତାହରେ ଭରତ ବାୟୋଟେକର ଇଣ୍ଟ୍ରାନାସାଲ ଟିକା iNCOVACC କରୋନା ଟୀକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । ବର୍ତ୍ତମାନ ଜାଣିବାକୁ ମିଳିଛି ଯେ ଏହି ଟିକା ମୂଲ୍ୟ ୮୦୦ ଟଙ୍କା ହେବ ଏବଂ ଏହା ଉପରେ ୫ ପ୍ରତିଶତ ଜିଏସ୍ଟି ଆଦାୟ କରାଯିବ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାନୁଆରୀ ଶେଷ ସୁଦ୍ଧା ଯେଉଁମାନେ କରୋନା ଟିକା ଗ୍ରହଣ କରିଛନ୍ତି ସେମାନଙ୍କ ପାଇଁ ଏହା ଉପଲବ୍ଧ ହେବ। ସେଣ୍ଟ ଲୁଇସର ୱାଶିଂଟନ୍ ୟୁନିଭରସିଟିରୁ ଲାଇସେନ୍ସପ୍ରାପ୍ତ ଟେକ୍ନୋଲୋଜି ଉପରେ ନାସାଲ୍ ଟିକା ପ୍ରସ୍ତୁତ କରାଯାଇଛି।

ଗୋଟିଏ ଦିନରେ ଭାରତରେ କରୋନା ସଂକ୍ରମଣର ୧୫୭ ଟି ନୂଆ ମାମଲା ଆସିବା ପରେ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୭୭,୪୫୯ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩,୪୨୧ ଏବଂ ମୃତକଙ୍କ ସଂଖ୍ୟା ୫,୩୦,୬୯୬ । ଦେଶରେ ରୋଗୀମାନଙ୍କର ପୁନରୁଦ୍ଧାର ହାର ହେଉଛି ୯୮.୮୦ ପ୍ରତିଶତ। ଦୈନିକ ସଂକ୍ରମଣ ହାର ୦.୩୨ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୦.୧୮ ପ୍ରତିଶତ ଅଟେ।

 

Related Articles

Back to top button
WP Twitter Auto Publish Powered By : XYZScripts.com