ଅନ୍ୟାନ୍ୟ

ଜେଲ୍ ଭିତରେ ୨ ବିଚାରାଧୀନ କଏଦିଙ୍କ ମଧ୍ୟରେ ମାରପିଟ, ଜେଲ୍ ରେ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଜେଲ୍ ଭିତରେ ବିଚାରାଧୀନ କଏଦିଙ୍କ ମଧ୍ୟରେ ମାରପିଟ । ମଙ୍ଗଳବାର ଦିନ ମାଲକାନଗିରି ଜେଲ୍ ରେ ଘଟିଛି କିଛି ଏଭଳି ଘଟଣା । ବନ୍ଦୀମାନେ ପରସ୍ପର ମଧ୍ୟରେ ମାରପିଟ ହୋଇଛନ୍ତି । ଫଳରେ ଜଣେ କଏଦୀ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ଆହତ ହୋଇଥିବା କଏଦୀ ଜଣକ ହେଉଛନ୍ତି ପ୍ରଶାନ୍ତ କୁଣ୍ଡୁ । ଜେଲ୍ ଭିତରେ ଭିସିରେ କୋର୍ଟ ଚାଲୁଥିବା ବେଳେ ଅନ୍ୟ ଜଣେ କଏଦିଙ୍କ ସହ ପ୍ରଶାନ୍ତଙ୍କର ବଚସା ହୋଇଥିଲା। ଯାହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଫଳରେ ପ୍ରଶାନ୍ତଙ୍କ ନାକରେ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା ପାଇଁ ପ୍ରଶାନ୍ତଙ୍କୁ ଜେଲର୍ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ବର୍ତ୍ତମାନ ସେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି ।

ପ୍ରଶାନ୍ତ ସ୍ତ୍ରୀ ରଞ୍ଜିତାଙ୍କ ଅଜାଣତରେ ତାଙ୍କ କିଡ୍‌ନୀକୁ ବିକ୍ରି କରି ଦେଇଥିଲେ । ରଞ୍ଜିତା ଏହା ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ପରେ ପ୍ରଶାନ୍ତଙ୍କୁ ବେଙ୍ଗାଲୁରରୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ଜେଲରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିବା ଗାର୍ଡଙ୍କ ଉପସ୍ଥିତିରେ କିଭଳି କଏଦି ମାରପିଟ ହେଲେ ସେନେଇ ଏବେ ପ୍ରଶ୍ନ ଉଠିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com