ଓଡ଼ିଶା

‘ଗୌରବ’ ବସ୍‌କୁ ଧକ୍କା ଦେଲା ପିଆଜ ବୋଝେଇ ଟ୍ରକ୍‌

ସମ୍ବଲପୁର() ସମ୍ବଲପୁର ଜିଲ୍ଲା ବୁର୍ଲା ନିକଟରେ ଏକ ଯାତ୍ରୀବାହୀ ବସ୍‌କୁ ପିଆଜ ବୋଝେଇ ଟ୍ରକ୍‌ ପଛପଟୁ ଧକ୍କା  ଦେବା ଫଳରେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ବସ୍‌ ଡ୍ରାଇଭର ଓ ହେଲପରଙ୍କର କିଛି କ୍ଷତି ହୋଇନାହିଁ।

ସୂଚନାଯୋଗ୍ୟ, ଆଜି ଭୋର ସମୟରେ ଗୌରବ ନାମକ ଯାତ୍ରୀବାହୀ ବସ୍‌ଟି ମାଲକାନଗିରିରୁ ବୁର୍ଲା ଦେଇ ସମ୍ବଲପୁର ଅଭିମୁଖେ ଆସୁଥିଲା। ଏହି ସମୟରେ ସମ୍ବଲପୁର ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ୍‌ଟି  ବସ୍‌ର ପଛପଟକୁ ଧକ୍କା ଦେଇଥିଲା।

ବସ୍‌ରେ ଡ୍ରାଇଭର ଓ ହେଲପର ସମେତ ଦୁଇ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ବସ୍‌ର ପଛ ଭାଗଟି ନଷ୍ଟ ହୋଇଯାଇଛି।

ବୁର୍ଲା ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ  ତାର ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି।  ଏହାସହ ବସ୍‌କୁ ମଧ୍ୟ ଜବତ ରଖି ଘଟଣାର ତଦନ୍ତ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com