ବିଜ୍ଞାନ ଓ ପ୍ରଯୁକ୍ତି

ଗୁଜରାଟର ନବସାରୀରେ ସଡ଼କ ଦୁର୍ଘଟଣା : ୯ ମୃତ, ୩୦ ଆହତ

ଭୁବନେଶ୍ୱର, ୩୧/୧୨/୨୦୨୨-  ଗୁଜରାଟର ନବସାରୀ ଜିଲ୍ଲାରେ ଶନିବାର ସକାଳୁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଆହତ ଲୋକମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା କୁହାଯାଉଛି। ଘଟଣାସ୍ଥଳରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ସୁରତରେ ଅନୁଷ୍ଠିତ ‘ପ୍ରମୁଖ ସ୍ବାମୀ ମହାରାଜ ଶତାବ୍ଦୀ ମହୋତ୍ସବ’ କାର୍ଯ୍ୟକ୍ରମରୁ ଲୋକ ନେଇ ଗୋଟାଏ ବସ୍ ଫେରୁଥିଲା । ନବସାରୀ ଜିଲ୍ଲା ଦେଇ ପଡ଼ିଥିବା ୪୮ ନମ୍ବର ଜାତୀୟ ରାଜପଥରେ ଡ୍ରାଇଭର୍‌ଙ୍କର ହୃଦ୍‌ଘାତ ହେବାରୁ ସେ ବସ୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ବସ୍‌ଟି ସେ ରାସ୍ତାରେ ଆସୁଥିବା ଏକ SUV କାର୍‌ ସହିତ ଧକ୍କା ହୋଇଥିଲା । ଚିକିତ୍ସା ନିମନ୍ତେ ବସ୍‌ ଡ୍ରାଇଭର୍‌ଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com