ଆସିଲା ୨୦୨୨ର STF ବାର୍ଷିକ ରିପୋର୍ଟ
![](https://i0.wp.com/odia.mobilenews24x7.com/wp-content/uploads/2023/01/STF-e1672656167636.webp?resize=603%2C260&ssl=1)
ଭୁବନେଶ୍ୱର, ୦୨/୦୧/୨୦୨୩ – ସାର୍ବଜନୀନ ହୋଇଛି ୨୦୨୨ର STF ବାର୍ଷିକ ରିପୋର୍ଟ । ଏହି ରିପୋର୍ଟ ଅନୁସାରେ STF ୧୩୩ ଅଭିଯୁକ୍ତଙ୍କୁ ୭୫ଟି ମାମଲାରେ ଗିରଫ କରିଛି । ଏହି ସବୁ ଭିତରେ NDPSର ୨୭ଟି ମାମଲାରେ ୨୨କୋଟିର ବ୍ରାଉନସୁଗାର, ୨୦୨ଗ୍ରାମର କୋକେନ, ୨୫୨୪ କେଜି ଗଂଜେଇ, ୫୧୭ ଗ୍ରାମ ଅଫିମ, ୬୫ ଲକ୍ଷ ନଗଦ କ୍ୟାସ ଜବତ କରା ଯାଇଥିବା ତଥ୍ୟ ରହିଛି । ୭ ରାଜ୍ୟର ୧୪ ଅପରାଧୀଙ୍କୁ ଗିରଫ କରାଯାଇଛି ।
NDPS ମାମଲାରେ ୧୩ କୋଟି ଟଙ୍କା ସମ୍ପତ୍ତି ବ୍ୟାଜ୍ୟାପ୍ତି କରିବା ସହିତ ୫୫ କ୍ୱିଣ୍ଟାଲ ଗଂଜେଇ ନଷ୍ଟ କରାଯାଇଛି । ୩ଟି ମାମଲାରେ ୧୪ଟି ମରଣାସ୍ତ୍ର , ୬୦ଟି ଜୀବନ୍ତ ଗୁଳି, ୮ ମାଗାଜିନ ଜବତ, ୪ଟି ଜାଲ ନୋଟ ମାମଲାରେ ୪୭ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ୫ଟି କୋଇଲା ଚାଲାଣ ମାମଲା ହୋଇଥିବା ବେଳେ ୧୯୨୦ ବୋତଲ କଫ ସିରପ ଜବତ କରାଯାଇଛି ।
ସେହିପରି ୨୨ଟି ଗୋରୁ ଚାଲାଣ ବେଳେ ଜବତ ହୋଇଛି । ଅନ୍ୟପଟେ ବନ୍ୟ ପ୍ରାଣୀ ଅପରାଧରେ ୩୧ଟି ମାମଲା ରହିଛି । ଏଥିମଧ୍ୟରୁ ୧୪ଟି କଲରାପତ୍ରିଆ ବାଘ, ୨ଟି କଲରାପତ୍ରିଆ ଦାନ୍ତ, ୧ଟି ମହାବଳ ବାଘ, ୨୯ଟି ବାଘ ନଖ, ୨୨ କେଜି ବଜ୍ରକାପ୍ତା କାତି, ୯ଟି ବଜ୍ରକାପ୍ତା, ୧୪ଟି ହାତୀ ଦାନ୍ତ ଏବଂ ୪୬ଟି ଜୀବନ୍ତ ଶୁଆ ଜବତ ହୋଇଛି ।