ଅନ୍ୟାନ୍ୟ

 ରୁଷ ସୈନ୍ୟଙ୍କ ଶୁକ୍ରାଣୁ ସଂରକ୍ଷିତ ରଖାଯିବ

ଭୁବନେଶ୍ୱର, ୦୨/୦୧/୨୦୨୩ –   ସୈନ୍ୟଙ୍କ ଶୁକ୍ରାଣୁ ସଂରକ୍ଷିତ ରଖାଯିବ । ଏପରି ଘୋଷଣା କରିଛି ଋଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଯୁଦ୍ଧ କିମ୍ବା ଅନ୍ୟ ସାମରିକ ଅଭିଯାନରେ ସାମିଲ ହେଉଥିବା ସୈନିକଙ୍କ ବଂଶବୃଦ୍ଧି ପାଇଁ ମାଗଣାରେ ଶୁକ୍ରାଣୁକୁ ଗଚ୍ଛିତ ରଖିବାକୁ ଋଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି । କାରଣ ଯଦି ଯୁଦ୍ଧରେ ସୈନିକଙ୍କର କିଛି ହୋଇଯାଏ ତେବେ ସେହି ଗଚ୍ଛିତ ଶୁକ୍ରାଣୁ ଦ୍ୱାରା ସେମାନଙ୍କର ବଂଶ ରକ୍ଷା କରିବା ସମ୍ଭବ ହୋଇପାରିବ ।

ଏହି ମର୍ମରେ ୟୁକ୍ରେନ୍ ଯୁଦ୍ଧରେ ସାମିଲ ହୋଇଥିବା ସୈନିକମାନଙ୍କ ଶୁକ୍ରାଣୁ ସଂଗ୍ରହ କରାଯାଇ କ୍ରାୟୋ ବ୍ୟାଙ୍କରେ ଜମା ରଖାଯିବ । ପୂର୍ବରୁ କେବଳ ଦୁର୍ବଳ ସୈନିକଙ୍କ ଶୁକ୍ରାଣୁ ରଖିବାର ବ୍ୟବସ୍ଥା ଥିଲା । ମାତ୍ର ଦାବି ଉଠିବା ପରେ ଏବେ ସମସ୍ତ ସୈନିକଙ୍କୁ ଶୁକ୍ରାଣୁ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଯେଉଁ ଖର୍ଚ୍ଚ ହେବ ତାହା ସରକାର ବହନ କରିବେ । ଏହି ଅଭିଯାନ ଆରମ୍ଭ ହୋଇସାରିଛି । ପୂର୍ବରୁ ନିଜ ଖର୍ଚ୍ଚରେ ସୈନିକମାନେ ନିଜର ଶୁକ୍ରାଣୁକୁ କ୍ରାୟୋବ୍ୟାଙ୍କରେ ଜମା ରଖୁଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com