ଅନ୍ୟାନ୍ୟ

ଅଣଛାତ୍ରଙ୍କ ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି

ଭୁବନେଶ୍ୱର, ୦୨/୦୧/୨୦୨୩ –   ଅଣଛାତ୍ରଙ୍କ ଯୋଗୁଁ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଛାତ୍ରୀମାନଙ୍କୁ କମେଣ୍ଟ ମାରିବା, ହଷ୍ଟେଲର ସିଟ୍‌‌ ମାଡ଼ି ବସିବା ଭଳି ଅନେକ ଅଭିଯୋଗ ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି । ବିଭିନ୍ନ ସମୟରେ ରାଜନୀତି ଏବଂ ପତିଆରା ଦଖଲ ଲାଗି ଉତ୍ତେଜନା ପ୍ରକାଶ ପାଉଥିବା ବେଳେ କ୍ୟାମ୍ପସ୍‌‌ରେ ରାଗିଂ, ଗଣ୍ଡଗୋଳ, କମେଣ୍ଟ ମରାଯିବା ଆଦିକୁକୁ ନେଇ ଭିନ୍ନ ଭିନ୍ନ ସମୟରେ ତୁମୁଳକାଣ୍ଡ ମଧ୍ୟ ଘଟୁଛି । ତେବେ ଏ ସମସ୍ତ ଘଟଣାର ପ୍ରମୁଖ କାରଣ ହେଉଛନ୍ତି ଅଣଛାତ୍ର ।

ଅଣଛାତ୍ରଙ୍କ ସମ୍ପୃକ୍ତି ପାଇଁ ଏଭଳି ଘଟଣା ଘଟୁଥିବା କୁଳପତି ଉପଲବ୍ଧି କରି କ୍ୟାମ୍ପସରେ ସ୍ମାର୍ଟ ଆଇଡି ବ୍ୟବସ୍ଥା ଲାଗୁ କରିବା ପାଇଁ ଯୋଜନା କରିଥିଲେ । ସୁରକ୍ଷା ବ୍ୟବସ୍ଥା ପାଇଁ ସିସିଟିଭି କାର୍ଯ୍ୟକ୍ଷମ ଓ ସୁରକ୍ଷାକର୍ମୀ ମୁତୟନ ଦିଗରେ ଅଧିକ ଗୁରୁତ୍ୱ ଦେବେ ବୋଲି କହିଥିଲେ । କ୍ୟାମ୍ପସ୍‌‌ରେ ସିସିଟିଭି କ୍ୟାମେରା ଖାଲି ନାଁ କୁ ମାତ୍ର ଲାଗିଛି । ଅଧିକାଂଶ କ୍ୟାମେରା ଭାଙ୍ଗିରୁଜି ଯାଇଥିବାବେଳେ ସେଗୁଡ଼ିକର ତାର ସଂଯୋଗ ମଧ୍ୟ ହୋଇନାହିଁ । ଫଳରେ ଛାତ୍ରୀମାନଙ୍କୁ କମେଣ୍ଟ ମରାଯିବା, କ୍ୟାମ୍ପସରୁ ଛିନ୍‌‌ତାଇ ହେବା ତଥା ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଭଳି ଅନେକ ଅନୈତିକ କାର୍ଯ୍ୟ ଘଟୁଛି ।

ତେବେ ଏ ସମ୍ପର୍କରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯେ, କ୍ୟାମ୍ପସରେ ସିସିଟିଭି କ୍ୟାମେରାଗୁଡ଼ିକର ମରାମତି ମଧ୍ୟ କରାଯାଉଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଓ ଅନାଧିକାର ପ୍ରବେଶ ଉପରେ ମଧ୍ୟ ରୋକ୍‌‌ ଲଗାଯାଇଛି । ଅଣଛାତ୍ରଙ୍କୁ କ୍ୟାମ୍ପସରୁ ବିଦା କରିବା ପାଇଁ ସବୁସ୍ତରରେ ପ୍ରୟାସ ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com