ଅନ୍ୟାନ୍ୟ
ଆସନ୍ତା ୫ ଦିନ ଯାଏ ଅଧିକ ରହିବ ଶୀତ ପ୍ରକୋପ
![](https://i0.wp.com/odia.mobilenews24x7.com/wp-content/uploads/2022/01/2-day-cold-in-odisha-750x430-1.jpg?resize=750%2C430&ssl=1)
ଭୁବନେଶ୍ୱର, ୦୬/୦୧/୨୦୨୩ – ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରି । ତେବେ ଆସନ୍ତା ବୁଧବାର ଯାଏ ଶୀତର ପ୍ରକୋପ ଅଧିକ ରହିବ । ଆସନ୍ତା ୨ ଦିନ ଉତ୍ତର ଦିଗରୁ କାଲୁଆ ପବନ ଅଧିକ ବହିବା ସହିତ ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସି ଆସିବ । ପ୍ରଭାବରେ ଶୀତର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଅନୁଭୂତ ହେଉଥିବା ଶୀତ ଯୋଗୁଁ ସନ୍ଧ୍ୟା ୭ଟା ପରେ ରାସ୍ତାଘାଟ ଖାଁ ଖାଁ ହୋଇପଡୁଛି । ପ୍ରବଳ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକମାନେ ସ୍ଥାନେ ସ୍ଥାନେ ନିଆଁ ଜାଳି ଶେକି ହେଉଥିବା ଦେଖିବାକୁ ମିଳିଛି ।