ଜୀବନଶୈଳୀ

ଇଣ୍ଡିଗୋ ବିମାନରେ ୨ ନିଶାସକ୍ତ ଯାତ୍ରୀଙ୍କ ଦୁର୍ବ୍ୟବହାର

ନୂଆଦିଲ୍ଲୀ, ୦୯/୦୧/୨୦୨୩ –   ଏୟାର ଇଣ୍ଡିଆ ପରେ ବିବାଦରେ ଇଣ୍ଡିଗୋ ବିମାନ । ଦିଲ୍ଲୀରୁ ପାଟଣା ଅଭିମୁଖେ ଯାଉଥିବା ଇଣ୍ଡିଗୋ ଫ୍ଲାଇଟର 6E-6383 ରେ ଇଣ୍ଡିଗୋରେ ୨ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ଚଢିଥିଲେ । ମଝି ଆକାଶରେ ବି ସେମାନେ ମଦ୍ୟପାନ କରିବାକୁ ଚେଷ୍ଟା କରିଥିଲେ । ଏହାକୁ ବାରଣ କରିବାରୁ ଏୟାରହଷ୍ଟେସ ଓ ପାଇଲଟଙ୍କୁ ମଧ୍ୟ ସେମାନେ ଦୁର୍ବ୍ୟବହାର ଦେଖାଇଥିଲେ । ପରେ ରାତି ୯ଟାରେ ପାଟଣା ଏୟାରପୋର୍ଟରେ ଫ୍ଲାଇଟ୍ ପହଞ୍ଚିବା ପରେ ଦୁଇ ଜଣଙ୍କୁ CISF ହେପାଜତରେ ନେଇଥିଲା ।

ସେଠାରୁ ସେମାନଙ୍କୁ ପାଟଣା ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଦୁଇ ଅଭିଯୁକ୍ତଙ୍କ ନାମ ରୋହିତ କୁମାର ଓ ନିତିନ ବୋଲି ଜଣାପଡିଛି । ବିହାରରେ ମଦ ବ୍ୟାନ ଥିବାରୁ ଲ୍ୟାାଣ୍ଡିଂ ପରେ ଇଣ୍ଡିଗୋ ପକ୍ଷରୁ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଆଧାର କରି ସେମାନଙ୍କୁ ଗିରଫ କରାଯାଇଥିଲା ।ନିଶାସକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ଏୟାରପୋର୍ଟରେ ମୁତୟନ ଥିବା SHO ରବର୍ଟ ପିଟର୍ । ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ନେଇ ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com