ବାଣିଜ୍ୟ
ଫେବୃଆରୀ ୧ରେ ସାଧାରଣ ବଜେଟ୍
![](https://i0.wp.com/odia.mobilenews24x7.com/wp-content/uploads/2022/03/Budget-The-Dispatch-.jpg?resize=780%2C470&ssl=1)
ଭୁବନେଶ୍ୱର, ୦୯/୦୧/୨୦୨୩ – ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଫେବୃଆରୀ ୧ରେ ସାଧାରଣ ବଜେଟ୍ ଉପସ୍ଥାପନା କରାଯିବ । ଚଳିତ ଥର ଅନେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢିବାର ସମ୍ଭାବନା ରହିଛି । ୩୫ରୁ ଅଧିକ ସାମଗ୍ରୀ ଉପରେ ଟ୍ୟାକ୍ସ ବଢିପାରେ । ଯେଉଁଥିରେ ଇଲେକ୍ଟ୍ରୋନିକ୍ସ ସମାଗ୍ରୀ, ପ୍ରାଇଭେଟ୍ ଜେଟ୍, ହେଲିକପ୍ଟର, ଜୁଏଲାରୀ, ପ୍ଲାଷ୍ଟିକ୍ ସାମଗ୍ରୀ, ହାଇ-ଗ୍ଲାସ୍ ପେପର୍ ଓ ଭିଟାମିନ୍ ମଧ୍ୟ ସାମିଲ ରହିଛି । ଆମଦାନୀ କମ୍ ଏବଂ ଉତ୍ପାଦନ ବଢାଇବା ପାଇଁ ଏହି ସବୁ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢିବାର ସମ୍ଭାବନା ରହିଛି । ଏପରି କଲେ ଆତ୍ମନିର୍ଭର ଭାରତ ମିଶନ ଅଧିକ ସଶକ୍ତ ହେବ ବୋଲି ମତ ଦେଇଛନ୍ତି ସରକାର ।