ଅନ୍ୟାନ୍ୟ

ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣାରେ ସାଂସଦ, ମଶାରି ଭିତରେ କଟୁଛି ରାତି

ଥମୁନି ସଂସଦର ସସ୍‌ପେଣ୍ଡ ବିବାଦ । ୫୦ଘଣ୍ଟାର ଧାରଣାରେ ସଂସଦରୁ ନିଲମ୍ବିତ ସାଂସଦ। ଏପରିକି ମହାତ୍ମା ଗାନ୍ଧି ପ୍ରତିମୂର୍ତ୍ତି ତଳେ ସାଂସଦମାନେ ମଶାରି ଟାଣି ଦୁଇ ରାତି କଟାଇଛନ୍ତି। ମୁଦ୍ରାସ୍ଫୀତି, ଦରବୃଦ୍ଧି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରି କେତେକ ସଂସ୍ଥାକୁ ଅପବ୍ୟବହାରକୁ ପ୍ରସଙ୍ଗ କରି ବିରୋଧୀ ଦଳର ସାଂସଦମାନେ ପ୍ରତିବାଦ କରିବାରୁ ୨୭ ସାଂସଦଙ୍କୁ କରାଯାଇଥିଲା ନିଲମ୍ବନ। ଗଣତାନ୍ତ୍ରିକ ଅଧିକାର ଲାଗି ଲଢେଇ କରୁଥିବାବେଳେ ସେମାନଙ୍କୁ ଗୃହରୁ ନିଲମ୍ବନ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ସାଂସଦ । ଧାରଣା ଦେଇଥିବା ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ଆମ୍ ଆଦମି ପାର୍ଟି ନେତା ସଞ୍ଜୟ ସିଂ, ଟିଏମସି ନେତା ଶାନ୍ତନୁ ସେନ, ଡୋଲା ସେନ, ଆବିର ରଞ୍ଜନ ବିଶ୍ବାସ, ଟିଆରଏସ ସାଂସଦ ରବିଚନ୍ଦ୍ର ବଧିରାଜୁ। ଏହା ସହ ଡିଏମକେ ଓ ବାମପନ୍ଥୀ ଦଳରେ କେତେକ ସାଂସଦ ମଧ୍ୟ ରହିଛନ୍ତି।  ବୁଧବାର ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଧାରଣା ଶୁକ୍ରବାର ଦ୍ୱିପ୍ରହର ୧ଟା ଯାଏଁ ଚାଲିବ। ଖାସ୍ କଥା ହେଉଛି ଭୋକ ଉପାସରେ ନୁହେଁ ବରଂ ଖାଇପିଇ ଧାରଣାରେ ବସିଛନ୍ତି ସାଂସଦ । ଯେଉଁଥିରେ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ସାମିଲ ସହ ସମସ୍ତ ସୁବିଧା କରାଯାଇଛି। ଖାଇବା ପିଇବାରେ ଭାତ, ଦୋସା, ହାଲୱା, ଚିକେନ୍, ଗାଜର ହାଲୱା ମଧ୍ୟ ସାମିଲ ରହିଛି। ଖାଦ୍ୟପେୟର ଭାର ସମ୍ଭାଳିଛନ୍ତି AAP, TMC ଓ DMK।

Related Articles

Back to top button
WP Twitter Auto Publish Powered By : XYZScripts.com