ଜୀବନଶୈଳୀ

ସାତକୋଶିଆରେ ଦିନିକିଆ ପକ୍ଷୀ ଗଣନା ଶେଷ

ଅନୁଗୁଳ, ୧୧/୦୧/୨୦୨୩ –   ସାତକୋଶିଆରେ ଦିନିକିଆ ପକ୍ଷୀ ଗଣନା ଶେଷ ହୋଇଛି । ଏଥିପାଇଁ ମୋଟ ୧୫ଟି ଟିମ ନିୟୋଜିତ ହୋଇଥିଲେ । ମହାନଦୀ ଗଣ୍ଡରେ ୨୨କି.ମି. ସହ ସମସ୍ତ ଅଞ୍ଚଳ ମିଶାଇ ପ୍ରାୟ ୪୦କି.ମି.ରୁ ଉର୍ଦ୍ଧ୍ବ ଅଞ୍ଚଳରେ ପକ୍ଷୀ ଗଣନା ହୋଇଥିଲା । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ସମେତ ଆଠମଲ୍ଲିକ ବନଖଣ୍ଡ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ଆଠଗଡ଼ ବନଖଣ୍ଡରେ ଥିବା ମହାନଦୀ ଓ ଜଳାଶୟଗୁଡିକରେ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରା ଯାଇଥିଲା ।

ପକ୍ଷୀମାନଙ୍କୁ ଅତି ନିକଟରୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର କ୍ୟାମେରା ଓ ବାଇନାକୁଲାର ବ୍ୟବହାର କରା ଯାଇଥିଲା । ୧୫ଟି ଦଳ ଟିକରପଡାଠାରୁ ବାଲିପୁଟ ଉତ୍ତରପାର୍ଶ୍ଵ, କଟରଙ୍ଗଘାଟଠାରୁ ବାଲିପୁଟ, ବାଲିପୁଟଠାରୁ ଚକ୍ରଗଡ଼, ହରଭଙ୍ଗାଠାରୁ ଅଏଡା, ମୋରଡାଠାରୁ କୁତୁରି, ବେଲପୁଞ୍ଜି ମଠ, ଶିଶୁ ପଥର ଡ୍ୟାମ, ବିନିକେୟୀରୁ ପତକା ଆଦି ଅଞ୍ଚଳରେ ପକ୍ଷୀ ଗଣନା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com