ଜୀବନଶୈଳୀ

ବନ୍ଦେ ଭାରତ ଏକ୍ସପ୍ରେସରେ ଆମିଷ ମନା

ନୂଆଦିଲ୍ଲୀ, ୦୪/୦୮/୨୦୨୨ – ବନ୍ଦେ ଭାରତ ଏକ୍ସପ୍ରେସରେ ଆମିଷ ମନା । ଦିଲ୍ଲୀ-କଟରା ବନ୍ଦେ ଭାରତ ଟ୍ରେନରେ ଏଣିକି ଆମିଷ ଖାଇବା ଓ ନେବା ବାରଣ କରାଯାଇଛି । ଏହି ନୂଆ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭାରତୀୟ ରେଲୱେ ପକ୍ଷରୁ ଏନେଇ ଶୁଭାରମ୍ଭ କରାଯାଇଛି । ଖାଦ୍ୟ ପ୍ରଦାନକାରୀ ସଂସ୍ଥା ଆଇଆରସିଟିସି ଓ ଭାରତୀୟ ସାତ୍ତ୍ଵିକ ପରିଷଦ ପକ୍ଷରୁ ଏନେଇ ବୁଝାମଣା ହୋଇଛି ।

ବନ୍ଦେ ଭାରତକୁ ଦେଶର ପ୍ରଥମ ସାତ୍ତ୍ଵିକ ସାର୍ଟିଫିକେଟ ମିଳିଛି । ଅର୍ଥାତ ଏବେ ଏହି ଟ୍ରେନ ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ଓ ନିରାମିଷ ଅଟେ । ତେବେ ଆଗକୁ ଧୀରେଧୀରେ ଧାର୍ମିକ ସ୍ଥଳକୁ ଯାଉଥିବା ଅନ୍ୟ ଟ୍ରେନଗୁଡ଼ିକୁ ମଧ୍ୟ ସାତ୍ତ୍ଵିକ କରାଯିବ । ସାଧାରଣତଃ ଟ୍ରେନରେ ଯାତ୍ରୀଙ୍କୁ ଦିଆ ଯାଉଥିବା ଖାଦ୍ୟ ପସନ୍ଦ ଆସିନଥାଏ । ତା ଛଡ଼ା ଖାଦ୍ୟ ସମ୍ପୂର୍ଣ୍ଣ ଭାବେ ନିରାମିଷ ଆଉ ସ୍ୱଚ୍ଛ କି ନା ସେ ନେଇ ମଧ୍ୟ ମନରେ ଦ୍ୱନ୍ଦ୍ୱ ରହିଥାଏ । ଏପରି ସ୍ଥଳେ ଯାତ୍ରୀଙ୍କର ସନ୍ଦେହକୁ ଦୂର କରିବାକୁ ଭାରତୀୟ ରେଳବାଇ ସାତ୍ତ୍ଵିକ ଟ୍ରେନର ଶୁଭାରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com