Breaking NewsFeaturedଓଡ଼ିଶା

+୨ ପରୀକ୍ଷା କେନ୍ଦ୍ରରୁ ହେବ Live Streming ; ଜାନୁଆରୀ ପ୍ରଥମ ସପ୍ତାହରୁ ପ୍ରାକ୍ଟିକାଲ

ପାଖେଇ ଆସୁଛି +୨ ପରୀକ୍ଷା । ତେଣୁ ଏହାକୁ କିପରି ସୁଚାରୁ ରୂପେ ପରାଚାଳନା କରାଯିବ ସେନେଇ ପଦକ୍ଷେପ ଗ୍ରହଣ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE । ଚଳିତ ଥର ପରୀକ୍ଷାକୁ ଅଧିକ ସ୍ୱଚ୍ଛ ଏବଂ ଶୃଙ୍ଖଳିତ କରିବା ଲକ୍ଷ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି ଲାଇଭ ଷ୍ଟ୍ରିମିଙ୍ଗ। ଏ ନେଇ ସବୁ କଲେଜ୍ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ଡିସେମ୍ବର ୧୫ ସୁଦ୍ଧା କଲେଜର ଭିତ୍ତିଭୂମି ସମ୍ପର୍କରେ ଜଣାଇବାକୁ CHSE ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ କୁହାଯାଇଛି । ପ୍ରତିବର୍ଷ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ଲାଗୁଥିଲେ ମଧ୍ୟ ଏହାକୁ ଆହୁରି ବ୍ୟାପକ କରାଯିବ । ସିସିଟିଭି ଇନଷ୍ଟଲେସନ ପରେ ଭୁବନେଶ୍ୱରରେ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଲାଇଭ ଷ୍ଟ୍ରିମିଙ୍ଗ ଲିଙ୍କ୍ ଦିଆଯିବ । ଏହାଦ୍ୱାରା ରାଜ୍ୟର ପ୍ରତି ପରୀକ୍ଷା କେନ୍ଦ୍ର ସହ ପରୀକ୍ଷା ପରିଚାଳନା ହବ୍‌କୁ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ କରାଯିବ ।

୨୦୨୪ ଫେବୃୟାରୀ ୧୪ରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୩ ପର୍ୟ୍ୟବନ୍ତ ଚାଲିବ । ଏହା ପୂର୍ବରୁ ଜାନୁୟାରୀ ପ୍ରଥମ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଏଥିପାଇଁ ଡିସେମ୍ବର ୨୫ ତାରିଖରେ ଅନଲାଇନରେ ଇସ୍ୟୁ କରାଯିବ ଆଡମିଟ୍ କାର୍ଡ । ତେବେ ପଥମ ଥର ପାଇଁ ପ୍ରାୟ ୬ ମାସ ପୂର୍ବରୁ ଫର୍ମ ଫିଲଅପ, ପରୀକ୍ଷା ଓ ଫଳ ପ୍ରକାଶନ ସଂକ୍ରାନ୍ତରେ ବାର୍ଷିକ କ୍ୟାଲେଣ୍ଡର ଜାରି କରି ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

Related Articles

Back to top button
WP Twitter Auto Publish Powered By : XYZScripts.com