ଜାତୀୟ
ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବିଜ୍ଞାପନ

ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ପ୍ରତ୍ୟେକ ମଦ ବୋତଲରେ ଲେଖାଯିବା ସହ ଟିଭିରେ ବିଭିନ୍ନ ପ୍ରକାର ବିଜ୍ଞାପନରେ ମଧ୍ୟ ଦର୍ଶାଯାଇଥାଏ। ଏସବୁ ପରେ ବି ଲୋକମାନେ ମଦ୍ୟପାନ କରନ୍ତି । କିନ୍ତୁ ବହୁ ଲୋକ ମଦ୍ୟପାନ କରନ୍ତି ନାହିଁ ସିଧା ସିଧା ମୁହଁରେ ମନା କରି ଦିଅନ୍ତି।
କିନ୍ତୁ ଏବେ ଫୋନ ଦ୍ୱାରା ଜଣାପଡିବ ମଦ୍ୟପାନ କରିଛନ୍ତି କି ନାହିଁ। ଯଦି ଆପଣଙ୍କ ବନ୍ଧୁ, ସ୍ବାମୀ-ସ୍ତ୍ରୀ, ଭାଇ-ଭଉଣୀ, ଯେ କେହି ବି ମଦ୍ୟପାନ କରିଥିବେ ତାହା ଫୋନରେ କଥା ହେବାବେଳେ ଜଣାପଡିଯିବ।ଷ୍ଟାନଫୋର୍ଡ ୟୁନିଭରସିଟି ଜରୁରୀକାଳୀନ ଚିକିତ୍ସା ବିଭାଗର ପ୍ରଫେସର ବ୍ରାଏନ ସୁଫୋଲେଟୋ ଏବଂ ତାଙ୍କ ଟିମ୍ ଏକ ସେନ୍ସର ଉଦ୍ଭାବନ କରିଛନ୍ତି ।