ଅନ୍ୟାନ୍ୟ

୮ଟି ଉପନିର୍ବାଚନରୁ ବିଜେଡି ୭ଟିରେ ବିଜୟୀ

 ଭୁବନେଶ୍ୱର, ୦୮/୧୨/୨୦୨୨ –  ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ସହ ଶାସକ ଦଳ ପୁଣି ନିଜର ଲୋକପ୍ରିୟତା ଏବଂ ଓଡିଶାବାସୀଙ୍କ ପାଖରେ ଗ୍ରହଣୀୟତାକୁ ପ୍ରମ଼ାଣିତ କରିଛି । ରାଜ୍ୟରେ ଅନୁଷ୍ଠିତ ହୋଇଥିବା ମୋଟ୍ ୮ଟି ଉପନିର୍ବାଚନ ମଧ୍ୟରୁ ଶାସକ ବିଜେଡି ୭ ଟି ନିର୍ବାଚନରେ ବିଜୟଲାଭ କରି ନିଜର ପରାକାଷ୍ଠା ଅକ୍ଷୁଣ୍ଣ ରଖିଛି । ଏଥିସହ ଏହି ସବୁ ଉପନିର୍ବାଚନ ମଧ୍ୟରୁ ବିଜେଡି ବିରୋଧୀ ବିଜେପି ଠାରୁ ବାଲେଶ୍ୱର ଆସନ ଛଡାଇ ଆଣିଛି ।

କେବଳ ଧାମନଗର ଉପନିର୍ବାଚନରେ ବିଜେପି ବିଜୟ ଲାଭ କରିଥିଲା । ବାକି ୭ଟି ଆସନ ଯଥା- ପାଟକୁରା , ବିଜେପୁର , ତିର୍ତ୍ତୋଲ, ବ୍ରଜରାଜନଗର, ବାଲେଶ୍ୱର ସଦର, ପିପିଲି ଏବଂ ବର୍ତ୍ତମାନର ପଦ୍ମପୁର ଆସନରେ ବିଜେଡି ବିଜୟଲାଭ କରିଛି । ପ୍ରତିଥର ବିଜେଡିର ବିଜୟ ନେଇ ଦଳର ସାଙ୍ଗଠନିକ ଦକ୍ଷତା , ସଠିକ୍ ରଣନୀତି ଏବଂ ମୁଖ୍ୟତଃ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ମୁଖ୍ୟ କାରଣ ହୋଇଛି । ସରକାରଙ୍କ ଲୋକାଭିମୁଖୀ ପଦକ୍ଷେପ ଏବଂ ଏହାର ସୁଫଳ ମିଳୁଥିବାରୁ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଭରଷା କରୁଥିବା ସ୍ପଷ୍ଟ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com