ବାଣିଜ୍ୟ

ସାମାଜିକ ଗଣମାଧ୍ୟମକୁ ପ୍ରଭାବିତ କରୁଥିବା ସଂସ୍ଥା ଦେବେ ତଥ୍ୟ

ଭୁବନେଶ୍ୱର, ୨୧/୦୧/୨୦୨୩ –   ଦେଶରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାର୍କେଟ ପ୍ରତିବର୍ଷ ୨୦ ପ୍ରତିଶତ ବଢୁଥିବାବେଳେ ୨୦୨୫ ସୁଦ୍ଧା ଏହାର ବଜାର ପରିମାଣ ୨ ହଜାର ୮୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ତେଣୁ ସୋସିଆଲ ମିଡିଆକୁ ପ୍ରଭାବିତ କରୁଥିବା ସଂସ୍ଥା ଗୁଡ଼ିକୁ ଉପହାର, ଡିସକାଉଣ୍ଟ, ଇକ୍ୟୁଟି, ହୋଟେଲ ରହଣୀ  ପୁରସ୍କାର ଆଦି ସମସ୍ତ ପ୍ରକାର ସେବା, ସାମଗ୍ରୀ ଓ ସ୍କିମ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଗାଇଡଲାଇନ ଜାରି କରାଯାଇଛି । ଯଦି ଏହାକୁ କେହି ଉଲ୍ଲଂଘନ କରନ୍ତି ତେବେ ଖାଉଟି ସୁରକ୍ଷା ଆଇନ ୨୦୧୯ ଅନୁସାରେ ଜରିମାନା ଧାର୍ଯ୍ୟ କରାଯିବ ବୋଲି କୁହାଯାଇଛି । ଏ କ୍ଷେତ୍ରରେ ବିଜ୍ଞାପନଦାତା, ପ୍ରସ୍ତୁତକର୍ତ୍ତା ଓ ସମର୍ଥନକର୍ତ୍ତାଙ୍କ ବିରୋଧରେ ୧୦ ଲକ୍ଷ ଲେଖାଏଁ ଜରିମାନା କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ – CCPA ପକ୍ଷରୁ ଧାର୍ଯ୍ୟ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଜରିମାନା ପରିମାଣ ୫୦ ଲକ୍ଷ ଟଙ୍କା ଲାଗୁ କରାଯିବ ବୋଲି କୁହାଯାଇଛି ।

ସମସ୍ତ ତଥ୍ୟ ଯେପରି ସାଧାରଣ ଭାବେ ହୃଦବୋଧ ହୋଇପାରିବ ସେଥିଲାଗି ସରଳ ଭାଷାରେ ଉଲ୍ଲେଖ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶର ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ନିଷେଧାଦେଶ ମଧ୍ୟ ଜାରି କରାଯାଇପାରେ ବୋଲି କୁହାଯାଇଛି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com