ବାଣିଜ୍ୟ

କେଉଁଠି ହେବ ବଜେଟ ଅଧିବେଶନ? ସ୍ପଷ୍ଟ କଲେ ଲୋକସଭା ବାଚସ୍ପତି

କେଉଁଠାରେ  ହେବ ୨୦୨୩ ବଜେଟ ଅଧିବେଶନ? ଏନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଲୋକସଭା ବାଚସ୍ପତି ଓମ ବିର୍ଲା ଏ ସମ୍ପର୍କରେ ଟ୍ୱିଟ କରି ଜଣାଇଛନ୍ତି। ବାଚସ୍ପତି କହିଛନ୍ତି ଯେ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ରହିଛି। ଏଥର ବଜେଟ୍ ଅଧିବେଶନ ପୁରୁଣା ସଂସଦ ଭବନରେ ଆୟୋଜିତ ହେବ।

ଆଉ କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି ୨୦୨୩ ବଜେଟ ଅଧିବେଶନ। ବଜେଟ୍ ଅଧିବେଶନ ଦେଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। କାରଣ ବର୍ତ୍ତମାନ ସମୟରେ ବିଶ୍ୱ ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସହ ଆଗକୁ ବଢୁଛି। ଏହି ଯୁଦ୍ଧ କାରଣରୁ ସର୍ବଭାରତୀୟ ସ୍ତରରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିପାଇଛି। ବିଶ୍ୱ ବ୍ୟାଙ୍କ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ଚଳିତ ବର୍ଷ ଆସିବାକୁ ଯାଉଥିବା ଆର୍ଥିକ ମାନ୍ଦାବସ୍ଥା ବାବଦରେ ଚେତାବନୀ ଦେଇଛି।

ଚଳିତ ବର୍ଷ ସଂସଦର ବଜେଟ୍ ଅଧିବେଶନ ୩୧ ଜାନୁୟାରୀରୁ ଆରମ୍ଭ ହେବ। ଯାହା ଅପ୍ରେଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ବଜେଟ୍ ଅଧିବେଶନରେ ସଂସଦର କାର୍ଯ୍ୟକାରିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।

Related Articles

Back to top button
WP Twitter Auto Publish Powered By : XYZScripts.com