ବାଣିଜ୍ୟ

ଜର୍ମାନୀରେ ବ୍ୟାଙ୍କିଂ କ୍ଷେତ୍ରରେ ଦେଖାଦେଇଛି ବଡ ସଙ୍କଟ

ଆମେରିକା, ସୁଇଜରଲ୍ୟାଣ୍ଡ ପରେ ଜର୍ମାନୀରେ ବ୍ୟାଙ୍କିଂ କ୍ଷେତ୍ରରେ ଦେଖାଦେଇଛି ବଡ ସଙ୍କଟ । ଜର୍ମାନୀର ସବୁଠୁ ବଡ ବ୍ୟାଙ୍କ ଡ୍ୟୁସ୍ ବ୍ୟାଙ୍କର ଆର୍ଥିକ ସ୍ଥିତି ନେଇ ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରିଛନ୍ତି । ଫଳରେ ସିଲିକନ ଭେଲି ବ୍ୟାଙ୍କ ଭଳି ଏହି ବ୍ୟାଙ୍କ ବୁଡିବା ଆଶଙ୍କା ଦେଖାଦେଇଛି । ନିବେଶକମାନେ ଏହି ବ୍ୟାଙ୍କର ସେୟାର ବିପୁଳ ମାତ୍ରାରେ ବିକ୍ରି କରିବାରୁ ଏହାର ସେୟାର ମୂଲ୍ୟ ୧୫ ପ୍ରତିଶତ ହ୍ରାସ ପାଇଛି ।

ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବାରୁ ନିବେଶକମାନେ ଦୁର୍ବଳ ବ୍ୟାଙ୍କଗୁଡିକର ସେୟାର ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଲଗାତାର ତିନି ଦିନ ହେବ ଡ୍ୟୁସ୍ ବ୍ୟାଙ୍କର ସେୟାର ନିବେଶକମାନେ ବିକ୍ରି କରୁଛନ୍ତି । ଚଳିତ ବର୍ଷରେ ଏହି ବ୍ୟାଙ୍କର ସେୟାର ମୂଲ୍ୟ ୨୨ ପ୍ରତିଶତ ହ୍ରାସ ପାଇଛି । ଜର୍ମାନୀ ଅର୍ଥନୀତିରେ ଏହି ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବାରୁ ଜର୍ମାନୀ ଅର୍ଥନୀତିକୁ ଏହା ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com