ବାଣିଜ୍ୟ

ଖର୍ଚ୍ଚ କାଟ ପାଇଁ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ନେବେନି ଦରମା

ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନ ଏଥିରୁ ବର୍ତ୍ତିବା ପାଇଁ ଉପାୟ ଖୋଜୁଛି । ପାକିସ୍ତାନ ବିଦେଶୀ ମୁଦ୍ରା ଭଣ୍ଡାରେ ଆଉ ପାଖାପାଖି ୩ ଶହ କୋଟି ଡଲାର ରହିଛି । ଏପରି ଦେବାଳିଆ ସ୍ଥିତିରେ ପାକିସ୍ତାନକୁ ବଞ୍ଚାଇବା ପାଇଁ ଶେହବାଜ ସରକାର ଶେଷ ଅସ୍ତ୍ର ପ୍ରୟୋଗ କରିଛନ୍ତି ।

ସରକାରୀ ଖର୍ଚ୍ଚରେ ମୋଟା ଅଙ୍କର କାଣ୍ଟଛାଣ୍ଟ କରିବାକୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଘୋଷଣା କରିଛନ୍ତି । ଶେହବାଜ କହିଛନ୍ତି, ସେ ଓ ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନେ ଦରମା ନେବେନାହିଁ । କେନ୍ଦ୍ରମନ୍ତ୍ରୀ ମାନେ ବିଜୁଳି, ପାଣି, ଗ୍ୟାସ ଓ ଟେଲିଫୋନ ବିଲ ନିଜ ପକେଟରୁ ପୈଠ କରିବେ । ଏହାସହ ସୁପ୍ରିମକୋଟ, ହାଇକୋର୍ଟ ଓ ଅମଲାତନ୍ତ୍ରରେ ବି ଖର୍ଚ୍ଚକାଟ କରିବା ପାଇଁ ଶେହବାଜ ସରକାର ନିବେଦନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com