ଓଡ଼ିଶା

କୋଭିଡ୍ ନିୟମର ପାଳନ ଦ୍ୱାରା ଚଳିତ ବର୍ଷର ସ୍ୱାଧୀନତା ଦିବସ ପାଳନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର, ୩୦/୦୭/୨୦୨୨- ଚଳିତ ବର୍ଷ ୭୬ତମ ସ୍ୱାଧୀନତା ଦିବସ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମହାସମାରୋହର ସହିତ କୋଭିଡ୍ ନିୟମ ଅନୁପାଳନ କରି ପାଳନ କରାଯିବ । ଏହି ଜାତୀୟ ଉତ୍ସବଟିକୁ କିଭଳି ସରସ ସୁନ୍ଦର ଭାବେ ସମସ୍ତ ନିୟମର ଅନୁପାଳନ କରି ପାଳନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସ୍ୱାଧୀନତା ଦିବସ ଦିନ ସକାଳ ଘ. ୭.୩୦ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ । କୋଭିଡ୍ ନିୟମ ଅନୁପାଳନ କରି ପୂର୍ବହ୍ନ ଘ.୮.୦୦ମି. ସମୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଗୁଡିକରେ ଜାତୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିବେ । ପୂର୍ବାହ୍ନ ଘ.୯.୧୫ମି. ସମୟରେ ଛତ୍ରପୁରସ୍ଥିତ ପୋଲିସ ପ୍ୟାରେଡ୍ ପଡିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ ଓ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିବେ । ପ୍ୟାରେଡ୍ ଅଭ୍ୟାସ, ପ୍ୟାରେଡ୍ ପଡିଆ ପ୍ରସ୍ତୁତି, ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଯାଇଛି । ସମସ୍ତ କାର୍ଯ୍ୟକ୍ରମ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ଅଂଶ ଗ୍ରହଣକାରୀ ଓ ଯୋଗ ଦେବାକୁ ଥିବା ଅତିଥିଗଣ ମାସ୍କ ପରିଧାନ ଏବଂ ସାନିଟାଇଜ କରି ଅଂଶ ଗ୍ରହଣ କରିବେ । ବୈଠକରେ ଡି.ଏସ୍.ପି., ଡି.ଆଇ.ବି. ଅଜୟ କୁମାର ମିଶ୍ର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସ ରଞ୍ଜନ ମହାନ୍ତି, ରିଜର୍ଭ ଇନିସ୍ପେକ୍ଟର ଅଫ୍ ପୋଲିସ୍ ଅମୂଲ୍ୟ ନାୟକ, ଡି.ଆଇ.ବି. ଇନିସ୍ପେକ୍ଟର ରମେଶ ଚନ୍ଦ୍ର ଦାଶ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଶ ବାବୁ,  ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡା. ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ନୃସିଂହ ଚରଣ ମିଶ୍ର, ଛତ୍ରପୁରର ସମସ୍ତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com