ଓଡ଼ିଶା

ଓଡିଶା ବିଧାନସଭା ବାଚସ୍ପତି ନିର୍ବାଚନ, ନାମାଙ୍କନ ଦାଖଲ କଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର: ଜୁନ ୧୩ରେ ଅନୁଷ୍ଠିତ ହେବ ଓଡ଼ିଶା ବିଧାନସଭା ପାଇଁ ବାଚସ୍ପତି ନିର୍ବାଚନ। ଏଥିଲାଗି ନାମାଙ୍କନର ଶେଷଦିନ ତଥା ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଡେଜି ନେତା ବିକ୍ରମ କେଶରୀ ଆରୁଖ । ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଆରୁଖ । ପୂର୍ବରୁ ବିକ୍ରମ କେଶରୀ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଥିଲେ । ବିଧାୟକ ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆରୁଖ କହିଛନ୍ତି ଯେ, ବିଧାନସଭାର ଗାରିମା ମୁଁ ରକ୍ଷା କରିବ । ଗୃହ ପରିଚାଳନା ପାଇଁ ଆରୁଖ ମସସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ଆରୁଖଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଅନେକ ବରିଷ୍ଠ ବିଧାୟକ ଓ‌ ଅଧିକାରୀ ଉପସ୍ଥିତ ରହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com